31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ଏସିଡ୍‌ ମାଡ଼

ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ଏସିଡ୍‌ ମାଡ଼

ମୁମ୍ବାଇ : ବଙ୍ଗାଳୀ ତଥା ବଲିଉଡ୍‌ ଅଭିନେତ୍ରୀ ପାୟଲ କିଛି ଦିନ ତଳେ ବଲିଉଡର ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିଲେ । କିନ୍ତୁ ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ମିଛ ବୋଲି କହିଥିଲେ । ହେଲେ ଏବେ ପାୟଲଙ୍କୁ ଏସିଡ୍‌ ଆଟାକ୍‌ ହୋଇଥିବା ଅଭିଯୋଗ ହୋଇଛି। ମେଡିସିନ୍‌ କିଣବାକୁ ଯାଉଥିବା ବେଳେ କେହି ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କୁ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ କରିଛନ୍ତି। ପାୟଲ କହିଛନ୍ତି ଯେ, ଯେତେବେଳେ ସେ ତାଙ୍କ କାରରେ ଯାଉଥିଲେ, କିଛି ବ୍ୟକ୍ତି ତାଙ୍କୁ ଫଲୋ କରି ଏକ ରଡ଼ରେ ଆକ୍ରମଣ କରିଥିଲେ। ଏହି ସମୟରେ ସେମାନେ ଏକ ବୋତଲରେ ଥିବା ତରଳ ପଦାର୍ଥକୁ ତାଙ୍କ ଉପରକୁ ଫୋପାଡ଼ିଥିଲେ। ଏହାକୁ ସେ ଏସିଡ୍‌ ବୋଲି ସନ୍ଦେହ କରୁଛନ୍ତି।

ସେ କହିଛନ୍ତି ଯେ, ସୌଭାଗ୍ୟବସତଃ ସେ ଏହି ଆକ୍ରମଣରୁ ବର୍ତ୍ତିଯାଇଛନ୍ତି। କିନ୍ତୁ ତାଙ୍କ ବାମ ହାତରେ ସାମାନ୍ୟ ଆଘାତ ଲାଗିଛି। ଏନେଇ ସେ ଥାନାରେ ଏକ ମାମଲା ରୁଜୁ କରିଛନ୍ତି ବୋଲି ଅଭିନେତ୍ରୀ କହିଛନ୍ତି। ତେବେ ଏ ସମ୍ପର୍କରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି। ସେଥିରେ ସେ କହିଛନ୍ତି ଯେ, ହାଏ, ମୁଁ ପାୟଲ ଘୋଷ । ଗତକାଲି ମୁଁ କିଛି ମେଡିସିନ୍‌ କିଣିବାକୁ ଘରୁ ବାହାରିଥିଲି। ଯେତେବେଳେ ମୁଁ ମୋ ଡ୍ରାଇଭର ସିଟରେ ବସିବାକୁ ଯାଉଥିଲି ସେହି ସମୟରେ କିଛି ଲୋକ ଆସି ମତେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ସେମାନଙ୍କ ହାତରେ ଏକ ବୋତଲ ଥିଲା । ମୁଁ ଜାଣିନି ସେଥିରେ କଣ ଥିଲା। କିନ୍ତୁ ସେଥିରେ ଏସିଡ୍ ଥିବା ନେଇ ମୁଁ ସନ୍ଦେହ କରୁଛି। ସେମାନେ ମତେ ରଡ଼ରେ ମାରିବାକୁ ଚେଷ୍ଟା କରିଥିଲେ ଏବଂ ମୁଁ କୌଣସି ଭାବେ ଖସିଆସିଥିଲି ବୋଲି ସେ କହିଛନ୍ତି। ଏହି ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି ବୋଲି କହିଛନ୍ତି। ଏହି ଆକ୍ରମଣ ଘଟଣା ପରେ ପାୟଲ ଘୋଷ ଖୁବ୍‌ ମର୍ମାହତ ଅବସ୍ଥଆରେ ଅଛନ୍ତି ବୋଲି କହିଛନ୍ତି । ତାଙ୍କ ଭାଇରାଲ୍‌ ହେଉଥିବା ଭିଡିଓ ଉପରେ ମନ୍ତବ୍ୟ ଦେଇ ପ୍ରଶଂସକମାନେ ତାଙ୍କୁ ଶୀଘ୍ର ସୁସ୍ଥ ହେବା ବାର୍ତ୍ତା ପଠାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking