30.1 C
Bhubaneswar
Thursday, April 25, 2024
Homeଅପରାଧନିର୍ଭୟା ମାମଲା : ପୱନର କ୍ୟୁରେଟିଭ ପିଟିସନ ଖାରଜ

ନିର୍ଭୟା ମାମଲା : ପୱନର କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀ ପୱନର କ୍ୟୁରେଟିଭ ପିଟିସନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସେମାନଙ୍କ ଫାଶୀର ନିର୍ଦ୍ଧାରିତ ତାରିଖ ବା ଗୋଟିଏ ଦିନ ପୂର୍ବରୁ ପବନର ପିଟିସନ ଖାରଜ ହୋଇଛି । ଫାଶିଦଣ୍ଡକୁ ଆଜୀବନ କାରାଦଣ୍ଡ କରିବାକୁ ପଟିସିନ ଦାଖଲ କରିଥିଲା ପୱନ ।
ପୱନ ଗୁପ୍ତା ହିଁ ଏହି ଘଟଣାରେ ଏକମାତ୍ର ଦୋଷୀ ଯିଏକି ଗତ ସପ୍ତାହରେ କ୍ୟୁରେଟିଭ ପିଟିସନ ଆବେଦନ କରିବାର ଆଇନଗତ ବିକଳ୍ପକୁ ଶେଷ କରିନଥିଲେ । ସେ ବର୍ତ୍ତମାନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନିକଟରେ ଦୟା ଆବେଦନ କରିପାରିବେ । ଅନ୍ୟ ତିନିଜଣ ଦୋଷୀ – ମୁକେଶ କୁମାର ସିଂ, ବିନୟ କୁମାର ଶର୍ମା ଏବଂ ଅକ୍ଷୟ କୁମାରଙ୍କ ଦୟା ଆବେଦନକୁ ରାଷ୍ଟ୍ରପତି ଖାରଜ କରିସାରିଛନ୍ତି ।
ସୁପ୍ରିମକୋର୍ଟ ଏହା ପୂର୍ବରୁ ମୁକେଶ କୁମାର ସିଂ ଏବଂ ବିନୟ କୁମାର ଶର୍ମା ଦେଇଥିବା ଦାବିକୁ ଖାରଜ କରିଦେଇଥିଲେ ଯାହା ସେମାନଙ୍କ ଦୟା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲା । ଅକ୍ଷୟ କୁମାର ତାଙ୍କ ଦୟା ଆବେଦନକୁ ପ୍ରତ୍ୟାଖ୍ୟାନ କରିନାହାଁନ୍ତି ।
https://onakhabar.com/2020/03/01/girl-child-still-unwanted/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking