40.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଚାଷୀ ମୁଣ୍ଡରେ ଚଡ଼କ : ଦାଉସାଧୁଛି ପତ୍ରପୋଡା ରୋଗ

ଚାଷୀ ମୁଣ୍ଡରେ ଚଡ଼କ : ଦାଉସାଧୁଛି ପତ୍ରପୋଡା ରୋଗ

ବୌଦ୍ଧ :  ମହାନଦୀରେ ବନ୍ୟା ଜଳରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ନଦୀ କୂଳିଆ ଗାଁ ଗୁଡିକରେ ହୋଇଥିବା ଫସଲ ପଚିସଢି ନଷ୍ଟ ହୋଇଥିବାର କ୍ଷୟକ୍ଷତି ଆକଳନ କରାଯାଇ ଚାଷୀ ଙ୍କୁ କ୍ଷତିପୁରଣ ମିଳିନଥିବା ବେଳେ ବ୍ଲକ୍‌ରେ ଦେଖାଦେଇଛି ଧାନ ଫସଲରେ ପତ୍ରପୋଡା ରୋଗ । ଚାଷୀ ମୁଣ୍ଡରେ ପଡିଛି ଚଡକ । ଚିର ଅବହେଳିତ , ବନ୍ୟା , ମରୁଡି ପ୍ରପୀଡିତ ହରଭଙ୍ଗା ବ୍ଲକ ର ପ୍ରାୟ ୭୦ ଭାଗ ଲୋକ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି । ମାତ୍ର ପ୍ରତିବର୍ଷ କିଛି ନା କିଛି ବିପର୍ଯ୍ୟୟ ଘଟିବା ଫଳରେ ଚାଷୀର ମେରୁଦଣ୍ଡ ଦୋହଲିଯାଉଛି । ଚଳିତ ବର୍ଷ ପାଣିପାଗର ଅନୁକୂଳ ବାତାବରଣ ଠିକ ଥିବାରୁ  ଚାଷୀଙ୍କ ଧାନ ଫସଲ କିଆରି ହସୁଥିଲା । କିନ୍ତୁ ବର୍ତ୍ତମାନ ଦାଉସାଧୁଛି ପତ୍ରପୋଡା ରୋଗ । ବ୍ଲକର ତିଲେଶ୍ୱର , ରାମଗଡ , ଲୁଣିବାହାଲ, ପୁରୁଣାକଟକ, ଧଳପୁର, ସାମ୍ପୋଚ, ଆଦି ପଞ୍ଚାୟତର ବୁରୁବୁଡା , ଘିମୁହାଣି , କୃଷ୍ଣପାଲି , ତିଲେଶ୍ୱର , ତାକୁଡ , ଖଜୁରିଆ , ମାଣିକପୁର , ସୁକପାଲି , ବଘୁଆକଟା , ରାମଗଡ. ଝରାସାଇ, ପରଗଳପୁର, କୁଇଲିସୂତା, ଠେଲାମାଣି , ମହିବାହାଲ ଆଦି ପ୍ରାୟ ଗ୍ରାମର ଶହଶହ ହେକ୍ଟର ଜମିରେ ପତ୍ରପୋଡା ରୋଗ ଲାଗି ଧାନ ଗଛ ସହୁ ଶୁଖି ଯାଇଛି । ରୋଗପୋକ କୁ କିଟନାଶକ ଔଷଧ ପକାଇ ନିୟନ୍ତ୍ରଣଧାନ କରିପାରୁନାହାନ୍ତି ଚାଷୀ । ଲଗାତର ଭାବେ କିଟନାଶକ ଛିଞ୍ଚନ କରୁଥିଲେ ମଧ୍ୟ ରୋଗ କମିବା ପରିବର୍ତ୍ତେ ବଢିଚାଲିଛି ବୋଲି ସୁଧିର ଦନ୍ତା , ଶୁରେଶ୍ୱର ଦନ୍ତା , ପବିତ୍ର ଭୋକ୍ତା , ନରି ଦୀପ , ସୁରେ ପ୍ରଧାନ , ସୁଜ୍ଞାନ କର୍ଣ୍ଣ , ଅରୁଣ ସାମଲ , ଗୁପ୍ତେଶ୍ୱର ପ୍ରଧାନ, ବିପିନ ବେହରାଙ୍କ ସମେତ ଶତାଧିକ ଚାଷୀ କହିଛନ୍ତି । ଧାରକରଜ , ଋଣ କରି ଚାଷ କରିଥିବା ବେଳେ ଏବେ ଧାନ ଫଳ ବାହାରିବା ସମୟ ହୋଇ ଆସୁଥିବାରୁ ପତ୍ରପୋଡା ରୋଗକୁ ନେଇ ଆମେ ଚିନ୍ତିତ । ଯଦି ଏହି ପତ୍ରପୋଡା ରୋଗ ଏଭଳି ଲାଗିରୁହେ ଏବର୍ଷ ମୁଠାଏ ଧାନ ବିଲରୁ ମିଳିବା ଅସମ୍ଭବ  ବୋଲି  ଚାଷୀମାନେ କହିଥିଲେ । ଏନେଇ ହରଭଙ୍ଗା ବ୍ଲକ କୃଷି ଅଧିକାରୀ କୃଷ୍ଣଚନ୍ଦ୍ର ବଘାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥବାରୁ ପ୍ଲାଣ୍ଟୋମାଇସିନ, ବ୍ଲାଇଟ୍‌ସ୍କେ ଓ ଏକର ପ୍ରତି ପଟାସ୍ ୧୦ କେଜି ପକାଗଲେ ଏହି ରୋଗର ପ୍ରତିକାର ହେବ ବୋଲି କହିଥିଲେ । ଜିଲ୍ଲା କୃଷି ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହାର ପ୍ରତିକାର ଏବଂ ବିହିତ ପଦକ୍ଷେପ ନେବାକୁ ଭାରତୀୟ କିଶାନ ସଂଘ ପକ୍ଷରୁ  ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking