37.1 C
Bhubaneswar
Thursday, March 28, 2024
Homeଓଡିଶାଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଶୌଚାଳୟରୁ ରୋଗୀଙ୍କ ମୃତଦେହ ଉଦ୍ଧାର

ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଶୌଚାଳୟରୁ ରୋଗୀଙ୍କ ମୃତଦେହ ଉଦ୍ଧାର

ଜୟପୁର: ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଶୌଚାଳୟରୁ ଜଣେ ରୋଗୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରୋଗୀ ଜଣକ ଶୌଚାଳୟ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ଆସ୍ଥାମାରେ ପୀଡ଼ିତ ହୋଇ ଗତକାଲି ଜିଲ୍ଳା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି ହୋଇଥିଲେ । ଡାକ୍ତରଖାନା ପକ୍ଷରୁ ତାଙ୍କର ଚିକିତ୍ସା କରାଯାଉଥିଲା ।

ହେଲେ ତାଙ୍କର ଏପରି ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଚିକିତ୍ସାଳୟର କର୍ମଚାରୀଙ୍କ ସୂଚନା ଅନୁଯାୟୀ ରୋଗୀ ଜଣକ ନିଜେ ଅକ୍ସିଜେନ୍‌ କାଢ଼ି ଶୌଚାଳୟ ଯାଇଥିଲେ । ଶୌଚାଳୟ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି । ମୃତକ ଜଣକ ବୋରିଗୁମ୍ମା ଥାନା ପୂଜାରୀପୁଟ ଗାଁର ହୋଇଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking