29.1 C
Bhubaneswar
Thursday, April 25, 2024
Homeଓଡିଶାଚିକିତ୍ସାରେ ଅବହେଳା ଅଭିଯୋଗ : ରୋଗୀ ମୃତ, ଡାକ୍ତର ଗୁରୁତର

ଚିକିତ୍ସାରେ ଅବହେଳା ଅଭିଯୋଗ : ରୋଗୀ ମୃତ, ଡାକ୍ତର ଗୁରୁତର

ବଲାଙ୍ଗିର: ଆଜି ଅପରାହ୍ନରେ ଭୀମ ଭୋଇ ମେଡ଼ିକାଲରେ ତୁମୁଳ କାଣ୍ଡ ଦେଖିବାକୁ ମିଳିଛି । ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ହୋଇଛି । ସୂଚନାଯୋଗ୍ୟ ଯେ, ଆଜି ସକାଳୁ ପ୍ରାୟ ୯ଟା ସମୟରେ ବିଷ୍ଣୁମୁଣ୍ଡାର ଜିତେନ୍ଦ୍ର ସୁନାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଭୀମ ଭୋଇ ମେଡ଼ିକାଲକୁ ଅଣା ଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ କୋଭିଡ଼ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦିନ ୨ଟା ପର୍ଯ୍ୟନ୍ତ କୌଣସି ଡାକ୍ତର ତାଙ୍କୁ ଚିକିତ୍ସା କରି ନଥିବା ବେଳେ ଦୁଇଟା ଅଧେରେ ତାଙ୍କ ମୃତ୍ୟୁ ଘଟିଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି । ସେମାନେ ଆହୁରି କହିଛନ୍ତି ଯେ, ସେମାନେ ବାରମ୍ବାର ଓପିଡ଼ିରେ ଥିବା ଡାକ୍ତରଙ୍କୁ ଜଣାଇଥିଲେ ସୁଦ୍ଧା କେହି ଆସି ତାଙ୍କୁ ଦେଖୁ ନଥିଲେ । ଏପରିକି ସେମାନେ ହସ୍ପିଟାଲରେ ଥିବା ଫାଣ୍ଡିକୁ ଯାଇ ମଧ୍ୟ ଅଭିଯୋଗ କରିଥିବା କହିଛନ୍ତି ।
ଅନ୍ୟପଟେ କାର୍ଯ୍ୟରତ ଡାକ୍ତର ସୀମାଂଚଳ ଡାକୁଆଙ୍କୁ ଆକ୍ରମଣ ହେବା ଯୋଗୁଁ ଗୁରୁତର ହୋଇ ପଡ଼ିଥିବା ବେଳେ ଗୁରୁତର ଅବସ୍ଥାରେ ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ମୁଣ୍ଡ ଓ ହାତରେ ମାଡ଼ ହୋଇଥିବା ଡାକ୍ତରଖାନା ତରଫରୁ କୁହାଯାଇଛି । ଡାକ୍ତରଙ୍କୁ ମାଡ଼ ଅଭିଯୋଗରେ କାର୍ଯ୍ୟରତ ଡାକ୍ତରମାନେ ଓପିଡ଼ି ସମ୍ମୁଖରେ ଧାରଣାରେ ବସିଛନ୍ତି । ସେମାନେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ଆଶ୍ଚର୍ଯ୍ୟର ବିଷୟ ଯେ, ମେଡ଼ିକାଲ ପକ୍ଷରୁ ମୃତ ରୋଗୀ ଜିତେନ୍ଦ୍ର ସୁନାଙ୍କ କୋଭିଡ଼୍ ଟେଷ୍ଟ ହେବା ପରେ ତାଙ୍କୁ ଆଇସୋଲେସନ ୱାଡର଼୍ରେ ଭର୍ତ୍ତି କରାଯାଇଥିବା କୁହାଯାଉଥିବା ବେଳେ ମୃତକଙ୍କ ସଂପର୍କୀୟମାନେ ମୃତ ରୋଗୀଙ୍କ କୌଣସି ପ୍ରକାର ପରୀକ୍ଷା ହୋଇ ନଥିବା କହିଛନ୍ତି । ତେବେ ରୋଗୀଙ୍କ ସଂପର୍କୀୟମାନେ ଅଭିଯୁକ୍ତ ଡାକ୍ତରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଜିତେନ୍ଦ୍ରଙ୍କ ପତ୍ନୀଙ୍କୁ ଡାକ୍ତରଖାନାରେ ଚାକିରୀ ପ୍ରଦାନ ଦାବୀ ରଖିଛନ୍ତି । ଜିଲ୍ଲା ପ୍ରଶାସନ ଓ ପୁଲିସ ଘଟଣା ସ୍ଥଳରେ ପହଂଚି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଭୀମ ଭୋଇ ମେଡ଼ିକାଲରେ ଡାକ୍ତର ଅବହେଳା ଯୋଗୁଁ ବାରମ୍ବାର ରୋଗୀମାନଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇ ଆସୁଛି । ଅନ୍ୟପଟେ ମେଡ଼ିକାଲ ପ୍ରାଙ୍ଗଣରେ ଫାଣ୍ଡି ଥିବା ସତ୍ତେ୍ୱ ଡାକ୍ତର ଓ ରୋଗୀମାନଙ୍କ ସୁରକ୍ଷା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
– ଦେବାଶିଷ ମିଶ୍ର ଙ୍କ ରିପୋର୍ଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking