30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଖୋଲୁଛି ପାଠକ ବାପା-ପୁଅଙ୍କ ଦୁର୍ନୀତି ପେଡି

ଖୋଲୁଛି ପାଠକ ବାପା-ପୁଅଙ୍କ ଦୁର୍ନୀତି ପେଡି

ଭୁବନେଶ୍ବର : ଗୋଟିଏ ପଟେ ଅଭୟକାନ୍ତଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ଖୋଳତାଡ କରୁଛି ଭିଜିଲାନ୍ସ । ଅନ୍ୟପଟେ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ପୁଅ ଆକାଶଙ୍କ ନାଁରେ ଆସିଥିବା ଠକେଇର ତନାଘନା ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ଡିଏସପି ବିକାଶ ବେଉରିଆଙ୍କ ନେତୃତ୍ୱରେ ୯ ଜଣିଆ ଟିମ୍‌ ତଥ୍ୟ ହାସଲ କରୁଛି । ଗୋପାଳପୁର ବିଧାୟକଙ୍କ ଲିଙ୍କ ରହିଛି କି ନାହିଁ ସେଦିଗରେ ବି ଚାଲିଛି ତଦନ୍ତ । ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କୁ ଡାକି ପଚରାଉଚରା କରାଯାଇଛି । ଗତକାଲି ସଂଧ୍ୟାରେ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନା ବ୍ରହ୍ମପୁରରେ ତଦନ୍ତର ସମୀକ୍ଷା କରିଛନ୍ତି । ଆଜି ଆଉ କିଛି ଜଣଙ୍କୁ ଡାକି ପଚରାଉଚରା କରାଯାଇପାରେ । ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମ୍‌ଡି କହି ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ପୁଣେରେ ଗୋଟିଏ ଟିମ୍‌ ତଦନ୍ତ କରିଥିବା ବେଳେ ବ୍ରହ୍ମପୁରରେ ବି ଖୋଳତାଡ ହୋଇଛି ।

ପାଠକଙ୍କ ତାଙ୍କ ବେନାମୀ ସମ୍ପତ୍ତିର କାରବାର ପୁଅ ଆକାଶ ପାଠକ ନାମରେ ଏକାଧିକ ଆକାଉଣ୍ଟ ଖୋଲି କରିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡିଛି। ଆକାଶଙ୍କ ୩ଟି ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କାର କାରବାର ହୋଇଥିବା କୁହାଯାଉଛି। ସହିଦନଗର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରେ ଆକାଶଙ୍କ ନାଁରେ ଥିବା ଖାତାରେ କେବଳ ୮କୋଟି ୪୦ ଲକ୍ଷ ଟଙ୍କା ଦେଣନେଣ ହୋଇଛି। ସେହିପରି ଆକାଶଙ୍କ ପଟିଆସ୍ଥିତ ଏଚ୍‌ଡିଏଫ୍‌ସି ଶାଖାରେ ୫୦ ଲକ୍ଷ ଟଙ୍କା ଜମା କରାଯାଇଛି।

ଅନ୍ୟପକ୍ଷରେ ଚାର୍ଟର ଫ୍ଲାଇଟ୍‌ରେ ବୁଲିବା ଏବେ ବାପପୁଅଙ୍କୁ ମହଙ୍ଗା ପଡ଼ିଛି। ଜନପଥର ୟୁନିଟ୍-୩ ସ୍ଥିତ ଓସିଏଚ୍‌ସି କ‌େ‌ମ୍ପ୍ଲକ୍ସରେ ଥିବା ସ୍କାଏ କିଙ୍ଗ ନାମକ ଟ୍ରାଭେଲ୍ସ ସଂସ୍ଥାର ମ୍ୟାନେଜିଂ ପାର୍ଟନର ପ୍ରଭାସ କୁମାର ଚୌଧୁରୀ ତାଙ୍କର ୬୫,୧୬,୨୩୩ ଟଙ୍କା ବକେୟା ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏହି ବକେୟା ଟଙ୍କା ଦେବା ଲାଗି ଶ୍ରୀ ଚୌଧୁରୀ କହିବାରୁ ଉଭୟ ବାପପୁଅ ତାଙ୍କୁ ଧମକ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking