28.1 C
Bhubaneswar
Friday, March 29, 2024
Homeଓଡିଶାପିଆଜ ପରେ ଆଳୁ ପାଳି

ପିଆଜ ପରେ ଆଳୁ ପାଳି

ଭୁବନେଶ୍ୱର : ଗତ କିଛି ଦିନ ହେବ ପିଆଜ ଦର ହୁହୁ ହୋଇ ବଢିଚାଲିଥିବା ବେଳେ ଏବେ ପାଳି ପଡିଛି ଆଳୁର । ପିଆଜ ପରେ ଏବେ ଆଳୁ ପାଳି । ଆଳୁ ଦରବୃଦ୍ଧି ଖାଉଟିଙ୍କୁ କନ୍ଦେଇବା ଆଶଙ୍କା ଜଳଜଳ ଦେଖାଗଲାଣି । ପିଆଜ ପରେ ଏବେ ରାଜ୍ୟରେ ବଢ଼ିବାରେ ଲାଗିଛି ଆଳୁ ଦର । ଗତ ଦେଢ଼ ମାସରୁ ଅଧିକ ସମୟ ଧରି ପିଆଜ ଦର ଆକାଶ ଛୁଆଁ ହେବା ପରେ ଏବେ ଆଳୁ ଦର ଅହେତୁକ ଭାବରେ ବଢ଼ି ଚାଲିଛି । ଖୁଚୁରା ବଜାରରେ କିଲୋ ପିଛା ୧୭/୧୮ ଟଙ୍କା ପଡ଼ୁଥିବା ଆଳୁ ଏବେ ବିଭିନ୍ନ ଅଞ୍ଚଳରେ ୨୫ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । କିଲୋ ପିଛା ପାଖାପାଖି ୭ ଟଙ୍କା ବୃଦ୍ଧି ଗରିବ ଖାଉଟିଙ୍କ ହାଣ୍ଡିଶାଳରେ ଚଡ଼କ ପକାଇଛି । ପୂର୍ବରୁ ପରିବା ଓ ପିଆଜ ଦରକୁ ନେଇ ଖାଉଟି ହନ୍ତସନ୍ତ ଅବସ୍ଥାରେ ଥିବାବେଳେ ଏବେ ଆଳୁ ଦର ଗରିବ ଖାଉଟିଙ୍କ ପାଇଁ ଘୋର ସମସ୍ୟା ସୃଷ୍ଟି କରିଛି । ଭୁବନେଶ୍ୱର ୧ନମ୍ବର ହାଟରେ ଆଳୁ ୨୫ ଟଙ୍କାରେ ବିକ୍ରି ହେଉଛି । ଖୁଚୁରା ବଜାରରେ ୩୦ ଟଙ୍କାରେ ଆଳୁ ବିକ୍ରି ହେଉଛି ।
https://onakhabar.com/2019/12/23/suresh-routray-therten/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking