31.1 C
Bhubaneswar
Friday, March 29, 2024
Homeଓଡିଶାପଞ୍ଚାୟତରେ ଦୁର୍ନୀତି : ପାଟଣାଗଡ଼ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ପଞ୍ଚାୟତରେ ଦୁର୍ନୀତି : ପାଟଣାଗଡ଼ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ତେଣ୍ଡାପଦର ଗ୍ରାମପଞ୍ଚାୟତର ସରପଞ୍ଚ ଓ ନିର୍ବାହୀ ଅଧିକାରୀ ମିଶି ଦୁର୍ନୀତି କରୁଥିବାର ବିରୋଧରେ ପଞ୍ଚାୟତର ନାଏବ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ୱାର୍ଡମେମ୍ବରମାନେ ମିଳିତ ଭାବେ ପ୍ରତିବାଦ ଜଣାଇ ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଗତ ୨୩.୮.୧୯ ରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ପଞ୍ଚାୟତର ନାଏବ ସରପଞ୍ଚ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ପାଟଣାଗଡ଼ ବିଡିଓଙ୍କୁ ତୁରନ୍ତ ଏବିଷୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବିଡିଓ ସମୟ ଗଡ଼ାଇ ଚଲାଇଥିଲେ । ତେଣୁ ବାଧ୍ୟ ହୋଇ ଶେଷରେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତର ନାଏବ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ୱାର୍ଡମେମ୍ବର ଅନଶନ କରିଥିଲେ ।
ଗ୍ରାମପଞ୍ଚାୟତର ବିନା ଅନୁମତିରେ ୩ଟି ଏସି, କୁଲର କିଣାଯାଇଥିଲା । ହେଲେ ଅଦ୍ୟାବଧି ଅଫିସ୍‌ରେ ଲଗାଯାଇ ନାହିଁ । ଯାହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୫୦ ହଜାର ଟଙ୍କା । ସେହିପରି ପଞ୍ଚାୟତ ଦ୍ୱାରା କିଣାଯାଇଥିବା ପାଣି ଟ୍ୟାଙ୍କର ବାର୍ଷିକ ୭୬ଦିନ ସକାଶେ ୨ବର୍ଷ ମଧ୍ୟରେ ୧୫୨ଦିନ ଗାଁ ମାନଙ୍କୁ ୩୦୦ ଟଙ୍କା ହାରରେ ୪୫ହଜାର ଟଙ୍କା ଆଦାୟ କରାଯାଇଥିଲେ ସୁଦ୍ଧା ତାହା ଅଦ୍ୟାବଧି ଗ୍ରାମ ପାଣ୍ଠିରେ ଜମା କରିନାହାନ୍ତି । ସେହିପରି ପରିବେଶ ସୁରକ୍ଷା ପାଇଁ ଆମ୍ବ ଗଛ ଚାରା ତେଣ୍ଡାପଦର ଗ୍ରାମ ପାଶ୍ୱର୍ରେ ରୋପଣ କରାଯାଇଥିଲା । ଯାହାର ମୂଲ୍ୟ ୩,୨୩୦୦୦ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । କିନ୍ତୁ ତାର ବିଲ୍‌କୁ ଅନୁଧ୍ୟାନ କଲେ ସେହି କ୍ଷେତ୍ରରେ ୧,୨୦,୦୦୦ ଖର୍ଚ୍ଚ ହୋଇଛି ଓ ଅବଶିଷ୍ଟ ୨,୦୩,୦୦୦ଟଙ୍କା ସରପଞ୍ଚ ତଥା ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ସହିତ ମିଶି ଆତ୍ମସାତ କରିଛନ୍ତି ବୋଲି ଅଭିଯୋଗ ହୋଇଛି ।
ସେପଟେ ପିଠା ଯୋଜନା ସଫଳ ରୂପାୟନ କରିବା ପାଇଁ ୩ଟି କିସ୍ତିରେ ମୋଟ୍ ୧୭୫୦୦୦ଟଙ୍କା ଆସିଥିଲେ ମଧ୍ୟ ଆନୁମାନିକ ସର୍ବ ମୋଟ ୪୦ହଜାର ଟଙ୍କା ଖର୍ଚ୍ଚ କରାଯାଇ ଅବଶିଷ୍ଠ ୧୩୫୦୦୦ଟଙ୍କାର ଭାଉଚର ପ୍ରସ୍ତୁତ କରି ଆତ୍ମସାତ କରିଥିବାର ମଧ୍ୟ ଅଭିଯୋଗ ହୋଇଛି । ଏପରି ଅନ୍ୟାନ୍ୟ ଯୋଜନାରେ ମଧ୍ୟ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବାର ଜଣାଯାଏ । ଯାହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଟଣାଗଡ଼ ନିଶ୍ଚିତ ଭାବେ ଏହି ଗ୍ରାମପଞ୍ଚାୟତର ସମସ୍ତ ଯୋଜନା ସମ୍ପର୍କିୟ ନଗଦ କାରବାର ସହ ବ୍ୟାଙ୍କ ପାସବୁକ ଗୁଡିକ ତଦନ୍ତ କରି ଜାଣିସାରିଥିବେ । ଏହି ଅନଶନରେ ଦିନେଶ ମେହେର, ସୁଶୀଲ ନାଏକ, କୁମୁଦିନି ବେହେରା, ଉର୍ମିଳା ପଟେଲ, ନେପୁର ହାତୀ, ଧୁବନୀ ଚିଗୁନ, ସୁଦାମ ନାଗ ପ୍ରମୁଖ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking