32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଦୁନିଆର ସବୁଠାରୁ ଶକ୍ତିଶାଳୀ ଏହି ୨ଟି ଦେଶର ପାସପୋର୍ଟ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି ?

ଦୁନିଆର ସବୁଠାରୁ ଶକ୍ତିଶାଳୀ ଏହି ୨ଟି ଦେଶର ପାସପୋର୍ଟ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି ?

ନୂଆଦିଲ୍ଲୀ : ହେନଲି ପାସପୋର୍ଟ ଇଣ୍ଡେକ୍ସ ତରଫରୁ ଗ୍ଲୋବାଲ୍ ମୋବିଲିଟି ରିପୋର୍ଟ ୨୦୨୧ ପ୍ରକାଶ କରିଛି । ଯେଉଁଥିରେ ଜାପାନ ଏବଂ ସିଙ୍ଗାପୁରର ସ୍ଥାନ ଶୀର୍ଷରେ ରହିଛି । ଏଥି ସହିତ ହେନଲି ପାସପୋର୍ଟ ଇଣ୍ଡେକ୍ସରେ ଭାରତ ୯୦ତମ ସ୍ଥାନରେ ରହିଛି । ଗତ ବର୍ଷଠାରୁ ଭାରତ ଏହି ତାଲିକାରେ ୬ଟି ସ୍ଥାନ ହ୍ରାସ କରିଛି । ସୂଚନା ଅନୁଯାୟୀ, ହେନଲି ପାସପୋର୍ଟ ଇଣ୍ଡେକ୍ସରେ ଜର୍ମାନୀ ଏବଂ ଦକ୍ଷିଣ କୋରିଆ ଦ୍ୱିତୀୟ ସ୍ଥାନରେ ଅଛି । ତୃତୀୟ ସ୍ଥାନରେ ଫିନଲ୍ୟାଣ୍ଡ, ଇଟାଲୀ, ସ୍ପେନ୍ ଏବଂ ଲକ୍ସେମବର୍ଗ ରହିଛି । ଏହି ତାଲିକାରେ ଡେନମାର୍କ ରହିଛି ଚତୁର୍ଥ ସ୍ଥାନରେ । ଫ୍ରାନ୍ସ, ଆୟର୍ଲାଣ୍ଡ, ନେଦରଲ୍ୟାଣ୍ଡ, ପର୍ତ୍ତୁଗାଲ ଏବଂ ସ୍ୱିଡେନ୍ ପଞ୍ଚମ ସ୍ଥାନରେ ଅଛି । ତେବେ ଗତ ବର୍ଷ ହେନଲି ପାସପୋର୍ଟ ଇଣ୍ଡେକ୍ସରେ ଭାରତ ୮୪ତମ ସ୍ଥାନରେ ରହିଥିଲା । ପଡୋଶୀ ଦେଶରେ ଭାରତର ପ୍ରଦର୍ଶନ ମଧ୍ୟ ଏହି ତାଲିକାରେ ଭଲ ନାହିଁ । ହେନଲି ପାସପୋର୍ଟ ଇଣ୍ଡେକ୍ସରେ ଭୁଟାନ ୯୬ ତମ, ମିଆଁମାର ୧୦୨ ତମ, ଶ୍ରୀଲଙ୍କା ୧୦୭ ତମ, ବାଂଲାଦେଶ ୧୦୮ତମ, ନେପାଳ ୧୧୦ ତମ, ପାକିସ୍ତାନ ୧୧୩ ତମ ଏବଂ ଆଫଗାନିସ୍ତାନ ୧୧୬ ତମ ସ୍ଥାନରେ ରହିଛି । ହେନଲି ପାସପୋର୍ଟ ଇଣ୍ଡେକ୍ସ ଏକ ସମୟରେ ପ୍ରକାଶ ପାଇଛି ଯେତେବେଳେ ଅଧିକାଂଶ ଦେଶ ମହାମାରୀ କରୋନା ଯୋଗୁଁ ମୁକାବିଲା କରିବା ପରେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ ଏହି ଯାତ୍ରା ନିୟମକୁ ଆରାମ ଦେବା ଆରମ୍ଭ କରି ଦେଇଛନ୍ତି । ହେନଲି ପାସପୋର୍ଟ ଇଣ୍ଡେକ୍ସର ରାଙ୍କିଂ ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ ଦ୍ୱାରା ଉପଲବ୍ଧ ତଥ୍ୟ ଉପରେ ଆଧାରିତ ।

ତେବେ ପାସପୋର୍ଟ ଦୃଷ୍ଟିରୁ ଦଶଟି ଶକ୍ତିଶାଳୀ ଦେଶ ହେଉଛି ଜାପାନ, ସିଙ୍ଗାପୁର, ଜର୍ମାନୀ, ଦକ୍ଷିଣ କୋରିଆ, ଫିନଲ୍ୟାଣ୍ଡ, ଇଟାଲୀ, ଲକ୍ସେମବର୍ଗ, ସ୍ପେନ୍‌, ଫ୍ରାନ୍ସ ଏବଂ ଆୟର୍ଲାଣ୍ଡ । ଅନ୍ୟପଟେ ଦୁର୍ବଳ ପାସପୋର୍ଟ ଥିବା ଦେଶଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନ, ଇରାକ, ସିରିଆ, ପାକିସ୍ଥାନ, ୟେମେନ, ସୋମାଲିଆ, ପାଲେଷ୍ଟାଇନ, ନେପାଳ, ଉତ୍ତର କୋରିଆ ଏବଂ ଲିବିଆ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking