28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗପରଲୋକରେ ମୁଲ୍ଲା ମହମ୍ମଦ ଅଲ୍ଲୀ

ପରଲୋକରେ ମୁଲ୍ଲା ମହମ୍ମଦ ଅଲ୍ଲୀ

ଯାଜପୁର: ଯାଜପୁର କୋରେଇ ବ୍ଲକ ଅନ୍ତର୍ଗତ ହାଳଡିଗଡିଆ ଗ୍ରାମ ର ମୁଲ୍ଲା ମହମ୍ମଦ ଅଲ୍ଲୀ ଙ୍କ ଆଜି ସକାଳେ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲ ରେ ଚିକତ୍ସାଧୀନ ଅବସ୍ଥା ରେ ପରଲୋକ ଘଟିଛି । ସେ ଜଣେ ବରିଷ୍ଠ ଓଏଏସ ଅଫିସର ଭାବେ ଯାଜପୁର ତହସିଲଦାର, ଖୋର୍ଦ୍ଧା ଜଟଣୀ ମୁନସିପାଲଟିର ନିର୍ବାହୀ ଅଧିକାରୀ ପରେ ଓଡ଼ିଶା ୱାକଫ କମିସନର ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ମିଳିଥିବା ସୂଚନା ଅନୁଯାଇ ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ, ପୁତ୍ର, ପୁତ୍ରବଧୂ ଓ ନାତି ଉପସ୍ଥିତ ଥିଲେ । ତାଙ୍କ ଚାକିରୀ କାଳୀନ ଭିତରେ ସେ ଜଣେ ଦକ୍ଷ ପ୍ରସାଶକ ସହ ମେଳାପୀ ବ୍ୟକ୍ତି ଥିଲେ । ତାଙ୍କର ଅନ୍ତିମ ସଂସ୍କାର ଇସଲାମ ଧର୍ମ ଓ କୋଭିଡି ନିୟମ ଅନୁଯାଇ ଭୁବନେଶ୍ୱର ସ୍ଥିତ ସତ୍ୟନଗର କବର ସ୍ଥାନରେ ଶେଷ ସମ୍ପନ୍ନ କରାଯାଇଛି । ଜନାବ ଅଲ୍ଲି ପ୍ରାଥମିକ ଶିକ୍ଷା ତାରାକୋଟ ଉ ପ୍ର ବିଦ୍ୟାଳୟରେ ଅର୍ଜନ କରିଥିଲେ । ତାଙ୍କ ପରଲୋକରେ ହାଳଡିଗଡିଆ ଓ ତାରାକୋଟ ଯୁଗ୍ମ ନିବାସୀ ଏବଂ ସହପାଠୀ ପୂର୍ବତନ ଶିକ୍ଷାବିତ ଗିରିଧାରୀ ଚରଣ ପରିଡା, ଅତିରିକ୍ତ ପୂର୍ବତନ ସଚିବ ଵିଶେସ୍ୱର ଦାସ ଓ କୋରେଇ ନିର୍ବାଚନମଣ୍ଡଳୀ ର ସମାଜସେବୀ ଓ ବରିଷ୍ଠ ରାଜନେତା ହରେକୃଷ୍ଣ ସାହୁ ତାଙ୍କ ବିୟୋଗ ରେ ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking