39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ୪ ରୁ ୩ ଥର ପାସ୍ କରିଥିଲେ ୟୁପିଏସି ପରୀକ୍ଷା: ହିନ୍ଦୀ ମିଡିୟମରେ ଟପ୍ କରିଥିଲେ...

୪ ରୁ ୩ ଥର ପାସ୍ କରିଥିଲେ ୟୁପିଏସି ପରୀକ୍ଷା: ହିନ୍ଦୀ ମିଡିୟମରେ ଟପ୍ କରିଥିଲେ ଚାଷୀ ପୁଅ

ନୂଆଦିଲ୍ଳୀ: ଆଇଏଏସ ଅଧିକାରୀ ରବି କୁମାର ସିହାଗଙ୍କ ସଫଳତାର କାହାଣୀ ଆଶାୟୀଙ୍କୁ ଜାଣିବା ଦରକାର । କାରଣ ତାଙ୍କ ଜୀବନ ସହ ଜଡ଼ିତ କାହାଣୀରୁ ଆପଣଙ୍କୁ ନିଶ୍ଚୟ ପ୍ରେରଣା ମିଳିବ । ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଜିଲ୍ଲାର ରବି ଜଣେ ଚାଷୀଙ୍କ ପୁଅ । ସେ ସ୍ନାତକ ପାସ୍ କରିବା ପର୍ଯ୍ୟନ୍ତ ତାଙ୍କ ବାପାଙ୍କ ସହ ଖେତରେ କାମ କରୁଥିଲେ । ରବି କୁମାର ସିହାଗଙ୍କ ମାତା ପିତା ଏହା ଜାଣି ଖୁସି ବ୍ୟକ୍ତ କରିଥିଲେ ଯେ ତାଙ୍କ ପୁଅ ଦେଶର ସବୁଠୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ୟୁପିଏସସି ସିଭିଲ ସର୍ଭିସ୍ ପରୀକ୍ଷା ସଫଳତାର ସହ ପାସ୍ କରିଥିଲେ ।

ରବି କୁମାର ସିହାଗ ହିନ୍ଦୀ ମାଧ୍ୟମରେ ପରୀକ୍ଷା ପାସ୍ କରିଥିଲେ । ସେ ୟୁପିଏସସି ପରୀକ୍ଷା ପାଇଁ ଚାରିଥର ପ୍ରୟାସ କରିଥିଲେ । ଯେଉଁଥିରେ ସେ ତିନିଥର ସଫଳତା ପାଇଥିଲେ । ୨୦୧୮ ରେ ପ୍ରଥମ ପ୍ରୟାସରେ ସିହାଗଙ୍କୁ ୩୩୭ ତମ ରାଙ୍କ୍ ଏବଂ ଭାରତୀୟ ରକ୍ଷା ଲେଖା ସେବା (ଆଇଡିଏଏସ) କ୍ୟାଡର ମିଳିଥିଲା । ୨୦୧୯ ରେ ଦ୍ୱିତୀୟ ପ୍ରୟାସରେ ସେ ୩୧୭ ତମ ରାଙ୍କ୍ ଏବଂ ଭାରତୀୟ ରେଲୱେରେ ଯାତାୟତ ସେବା(ଆଇଆରଟିଏସ) କ୍ୟାଡର ପାଇବାରେ ସଫଳ ହୋଇଥିଲେ । ୨୦୨୦ ରେ ତୃତୀୟ ପ୍ରୟାସରେ ରବି ୟୁପିଏସସି ପରୀକ୍ଷା ପାସ୍ କରିପାରିନଥିଲେ । କିନ୍ତୁ ଏହାପରେ ୨୦୨୧ ରେ ରବି କୁମାର ୧୮ ତମ ରାଙ୍କ ହାସଲ କରିଥିଲେ ଏବଂ IAS ଅଫିସର ବନିଥିଲେ ।

ବଡ଼କଥା ହେଉଛି ଯେ ପ୍ରାରମ୍ଭିକ ୧୭ ରାଙ୍କ୍ ଥିବା ଆଶାୟୀମାନେ ଇଂରାଜୀ ମାଧ୍ୟମରେ ଥିଲେ ଏବଂ ୧୮ ତମ ରାଙ୍କ ହାସଲ କରିଥିଲେ ରବି ତାହବି ପୁଣି ହିନ୍ଦୀ ମାଧ୍ୟମରେ । ସେ ୟୁପିଏସସି ସିଏସଇ ୨୦୨୧ ହିନ୍ଦୀ ମାଧ୍ୟମରେ ଟପ୍ପର ହୋଇଥିଲେ । ୨ ନଭେମ୍ବର ୧୯୯୫ ରେ ଜନ୍ମ ରବିଙ୍କ ବାପା ରାମକୁମାର ସିହାଗ ଜଣେ ଚାଷୀ ଏବଂ ତାଙ୍କ ମା ବିମଳା ଦେବୀ ଜଣେ ଗୃହିଣୀ । ସେ ତିନି ଭଉଣୀଙ୍କ ମଧ୍ୟରେ ଜଣେ ଭାଇ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking