27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପ୍ରଥମ ଅଗ୍ନି ପରୀକ୍ଷାରେ ସିନ୍ଧେ ପାସ୍‌

ପ୍ରଥମ ଅଗ୍ନି ପରୀକ୍ଷାରେ ସିନ୍ଧେ ପାସ୍‌

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ହେବା ପରେ ଆଜି ବିଧାନସଭାରେ ପ୍ରଥମ ଅଗ୍ନିପରୀକ୍ଷା ପାର କରି ଯାଇଛନ୍ତି ଏକନାଥ ସିନ୍ଦେ । ବିଧାନସଭାର ଦୁଇ ଦିବସୀୟ ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ଭୋଟିଂ ହୋଇଛି । ଏଥିରେ ବିଜେପିର ପ୍ରାର୍ଥୀ ରାହୁଲ ନାର୍ବେକର ନିର୍ବାଚିତ ହୋଇଛନ୍ତି । ରାହୁଲଙ୍କୁ ୧୬୨ ଭୋଟ୍ ମିଳିଥିଲା । ସେହିପରି ବିପକ୍ଷ ମହାବିକାଶ ଅଘାଡ଼ି ପ୍ରାର୍ଥୀଙ୍କୁ ୧୦୭ ଭୋଟ୍ ମିଳିଥିଲା ।

ମହାବିକାଶ ଅଘାଡ଼ି ସରକାରରେ ସାମିଲ ଥିବା ଏକନାଥ ସିନ୍ଦେ ଦଳର ୩୬ ବିଧାୟକ ଏବଂ କିଛି ସ୍ୱାଧିନ ବିଧାୟକଙ୍କୁ ଧରି ବିଦ୍ରୋହ କରିବା ପରେ ବୁଧବାର ତିନି ପାର୍ଟିର ସରକାର(ମହାବିକାଶ ଅଘାଡ଼ି) ଭାଙ୍ଗି ଯାଇଥିଲା । ଗୁରୁବାର ଏକନାଥ ସିନ୍ଦେ ନୁତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ମହାରାଷ୍ଟ୍ର ରାଜନୀତିରେ ରାହୁଲ ନିର୍ବେକର ଗୋଟିଏ ଚର୍ଚ୍ଚିତ ଚେହେରା । ପେଶାରେ ରାହୁଲ ଜଣେ ଓକିଲ ଅଟନ୍ତି । ୨୦୧୯ରେ ପ୍ରଥମ ଥର ପାଇଁ ରାହୁଲ ବିଧାୟକ ଭାବରେ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ ।

ରାହୁଲ ପୁର୍ବରୁ ଶିବସେନା ଏବଂ ଏନସିପି ପାର୍ଟିରେ ମଧ୍ୟ ସାମିଲ ଥିଲେ । ସେ ପୁର୍ବରୁ ଶିବସେନା ଯୁବ ସଂଗଠନର ମୁଖପାତ୍ର ଥିଲେ । ରାହୁଲଙ୍କ ପରିବାରରେ ପୁର୍ବରୁ ରାଜନୀତି ସହିତ ଯଡ଼ିତ ଲୋକେ ରହିଛନ୍ତି । ତାଙ୍କ ବାପା ୨୦୧୪ ସମୟରେ ଶିବସେନାରୁ ପରିଷଦ ମଧ୍ୟ ଥିଲେ । ସେହି ସମୟରେ ସେ ଲୋକସଭା ପ୍ରାର୍ଥୀ ପାଇଁ ଆଶାବାଦୀ ଥିଲେ । କିନ୍ତୁ ତାଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଟିକେଟ୍ ମିଳି ନଥିଲା ।ଏହାପରେ ରାହୁଲ ଶିବସେନା ଛାଡ଼ି ଏନସିପିରେ ସାମିଲ ହୋଇଥିଲେ । ରାହୁଲଙ୍କୁ ଏନସିପି ମାବଲ ଲୋକସଭା ଆସନ ପାଇଁ ଟିକେଟ୍ ଦେଇଥିଲା କିନ୍ତୁ ସେ ନିର୍ବାଚନରେ ହାରି ଯାଇଥିଲେ । ପରେ ସେ ବିଜେପିରେ ସାମିଲ ହୋଇଯାଇଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking