27.1 C
Bhubaneswar
Thursday, April 25, 2024
Homeଉତ୍ତରପ୍ରଦେଶ ରାଜନୀତିସପାରେ ମିଶୁଥିବା ନେତା ଦଙ୍ଗା କରନ୍ତି

ସପାରେ ମିଶୁଥିବା ନେତା ଦଙ୍ଗା କରନ୍ତି

ନୂଆଦିଲ୍ଲୀ : ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶରେ ରାଜନୈତିକ ମାହୋଲ ସେତିକି ସରଗରମ ହେବାରେ ଲାଗିଛି । ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏହାମଧ୍ୟରେ ସବୁଠାରୁ ବେଶୀ ଚର୍ଚ୍ଚା ଓ ଗୁରୁତ୍ୱପୂର୍ଣ୍ଣ ରହିଛି ୟୁପି ଇଲେକ୍ସନ । ସବୁଦଳ ନିଜ ନିଜର ରଣନୀତି ମଧ୍ୟ ପ୍ରସ୍ତୁତ କରିସାରିଲେଣି । ଭୋଟରଙ୍କୁ କିପରି ଆକୃଷ୍ଟ କରି ବିଜେପିକୁ ଏଠାରେ ମାତ ଦେବେ ସେ ନେଇ ମଧ୍ୟ ଚାଲିଲାଣି କସରତ । ଦଳବଦଳ ରାଜନୀତି ସହିତ ଆରୋପ ପ୍ରତ୍ୟାରୋପ ରାଜନୀତି ବି ଚାଲିଲାଣି ।

ଅନେକ ବିଜେପି ବିଧାୟକ ଏବଂ ମନ୍ତ୍ରୀ ସପାରେ ସାମିଲ ହେବାପରେ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଲକ୍ଷ୍ନୌରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ସମାଜବାଦୀ ପାର୍ଟିରେ ସାମିଲ ହେଉଥିବା ନେତାମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ସମାଜବାଦୀ ପାର୍ଟିରେ ସାମିଲ ହୋଇଥିବା ନେତାମାନେ ଏବଂ କର୍ମୀମାନେ ଦଙ୍ଗା କରନ୍ତି ଏବଂ ଦଙ୍ଗା କରିବାକୁ ଉସ୍‌କାନ୍ତି । କିନ୍ତୁ ବିଜେପିରେ ସାମିଲ ହେଉଥିବା ନେତାମାନେ ଦଙ୍ଗାକାରୀଙ୍କୁ ଧରନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ସମାଜବାଦୀ ପାର୍ଟିର ବିଧାୟକମାନଙ୍କ ମଧ୍ୟରୁ ଅନେକାଂଶ କୌଣସି ନା କୌଣସି ଅପରାଧରେ ଲିପ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଜେଲରେ ଅଛନ୍ତି ନଚେତ୍ ଜାମିନ୍‌ରେ ଆସି ବାହାରେ ବୁଲୁଛନ୍ତି । ଯାହାକି ସେମାନଙ୍କର ଅସଲ ପରିଚୟ ।’ କିଛି ଦିନ ପୂର୍ବରୁ ଉତ୍ତର ପ୍ରଦେଶ ଗସ୍ତରେ ଯାଇଥିବା ବେଳେ ଅନୁରାଗ ଠାକୁର, ସମାଜବାଦୀ ପାର୍ଟି ଏବଂ ଏହାର ମୁଖ୍ୟ ଅଖିଳେଶ ଯାଦବଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଥିଲେ । ସମାଜବାଦୀ ପାର୍ଟି ସରକାରରେ ଥିବାବେଳେ ରାଜ୍ୟରେ ମାଫିଆରାଜ୍‌ ଏବଂ ଗୁଣ୍ଡାରାଜ ବେଶ୍‌ ବୃଦ୍ଧି ପାଇଥିଲା । କିନ୍ତୁ ଯୋଗୀ ଆଦିତ୍ୟନାଥଙ୍କ ସରକାର ଆସିବା ପରେ ୟୁପିରେ ଗୁଣ୍ଡାରାଜ୍‌ ଏବଂ ମାଫିଆରାଜ କମିଥିବା ଅନୁରାଗ ଠାକୁର କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking