37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶପାର୍ଥ, ଅର୍ପିତାଙ୍କ ଇଡି ରିମାଣ୍ଡ ୫ ପର୍ଯ୍ୟନ୍ତ ବୃଦ୍ଧି

ପାର୍ଥ, ଅର୍ପିତାଙ୍କ ଇଡି ରିମାଣ୍ଡ ୫ ପର୍ଯ୍ୟନ୍ତ ବୃଦ୍ଧି

କୋଲକାତା : ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜୁଲାଇ ୨୩ରେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କର ମହିଳା ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରାଯାଇସାରିଛି । ଅଗଷ୍ଟ ୩ (ବୁଧବାର)ରେ ସେମାନଙ୍କର ଇଡି ରିମାଣ୍ଡ ଶେଷହେବାପରେ ପାର୍ଥ ଓ ଅର୍ପିତାଙ୍କୁ କୋଲକାତାସ୍ଥିତ ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା । ଉଭୟଙ୍କୁ ଆଉ ତିନିଦିନ ରିମାଣ୍ଡରେ ନେବାକୁ ଇଡି ଓକିଲ ଯୁକ୍ତ ଉପସ୍ଥାପନ କରିଥିଲେ । ତେବେ ବିଚାରପତି ଆଉ ଦୁଇଦିନ ଅର୍ଥାତ ଅଗଷ୍ଟ ୫ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ରିମାଣ୍ଡ ଅବଧି ସମୟରେ ଓକିଲଙ୍କ ସହ ପରାମର୍ଶ ଅନୁମତି ଦେବାକୁ ଅର୍ପିତା କୋର୍ଟଙ୍କୁ ଅନୁରୋଧ କରିଥିଲେ । ତେବେ ବିଚାରପତି ଏହି ନିଷ୍ପତ୍ତି ଇଡି ଉପରେ ଛାଡଦେଇଥିଲେ । ଯଦି ଇଡି କର୍ତ୍ତୃପକ୍ଷ ଅନୁମତି ଦିଅନ୍ତି, ତେବେ ଅର୍ପିତାଙ୍କୁ ଓକିଲ ପରାମର୍ଶ ସୁଯୋଗ ମିଳିବ ବୋଲି ବିଚାରପତି କହିଥିଲେ । ଇଡି ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏଥିରେ ରାଜି ହୋଇଥିଲେ ସୁଦ୍ଧା ସର୍ତ୍ତ ରଖିଛନ୍ତି । ଅର୍ପିତାଙ୍କୁ କେବଳ ଗୋଟିଏ ଦିନ ଓକିଲଙ୍କ ସହ ପରାମର୍ଶ କରିବାକୁ ସୁଯୋଗ ଦିଆଯିବ ଏବଂ ସେହି ସମୟରେ ଇଡି ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ରହିବେ ବୋଲି ସର୍ତ୍ତ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking