39.1 C
Bhubaneswar
Tuesday, April 23, 2024
Homeଓଡିଶା୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ

୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବ । ଏନେଇ ବିଭିନ୍ନ ଦାବି କରିବ ବିଜେଡି । ଏହି ଅଧିବେଶନରେ ନବୀ ଜଳ ବିବାଦ, କୋଇଲା ରୟାଲ୍ଟି, ଜିଏସଟି ବକେୟା ଏବଂ ଜନଗଣନାରେ ଏସସି/ ଏସଟି ସହ ଓବିସି କଲମ ରଖିବାକୁ ବିଜେଡି ପକ୍ଷରୁ ଦାବୀ କରାଯିବ ବୋଲି ସଂସଦୀୟ ଦଳ ବୈଠକ ସାଂସଦ ପିନାକୀ ମିଶ୍ର ସୂଚନା ଦେଇଛନ୍ତି ।
ଆଭିମୁଖ୍ୟ ନେଇ ଆଜି ନବୀନ ନିବାସରେ ସଂସଦୀୟ ଦଳ ବୈଠକ ବସିଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ତେବେ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନରେ ବିଜେଡିର ଆଭିମୁଖ୍ୟ ନେଇ ଆଲୋଚନା ହୋଇଛି । ବିଜେଡି ସିଏଏକୁ ସମର୍ଥନ କରୁଛି କିନ୍ତୁ ଏନଆରସିକୁ ସମର୍ଥନ କରୁନାହିଁ । ଏହା ପୂର୍ବରୁ ମୁଖ୍ରମନ୍ତ୍ରୀ କହିଛନ୍ତି । ଏନେଇ ଆଜି ଆଲୋଚନା ହୋଇଛି । ଏନପିଆରରେ କିଛି ସଂଶୋଧନ ଚାହିଁଥିଲୁ । କେନ୍ଦ୍ର ଏହି ପ୍ରସ୍ତାବରେ ରାଜି ହୋଇଛି । ଜନଗଣନାରେ ଏସସି/ ଏସଟି ସହ ଗଣନା ପାଇଁ ଓବିସି କଲମ ମଧ୍ୟ ରଖିବାକୁ ଦାବୀ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking