27.1 C
Bhubaneswar
Thursday, April 25, 2024
Homeଓଡିଶାଗଞ୍ଜାମପରକୀୟା ପ୍ରୀତି: ଯୁବକଙ୍କୁ ଛେଚିଲେ ମହିଳାଙ୍କ ଭାଇ

ପରକୀୟା ପ୍ରୀତି: ଯୁବକଙ୍କୁ ଛେଚିଲେ ମହିଳାଙ୍କ ଭାଇ

ବ୍ରହ୍ମପୁର: ଜଣେ ବିବାହିତ ମହିଳାଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ଛତ୍ରପୁର ଅଞ୍ଚଳର ଜଣେ ଯୁବକଙ୍କୁ ଉକ୍ତ ମହିଳାଙ୍କ ଭାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହା ସହ ଯୁବକ ଜଣଙ୍କୁ ମାଡ଼ ମାରିବା ପରେ ତାଙ୍କୁ ଅପହରଣ କରି ନେଉଥିଲେ । ଏହି ସମୟରେ କୌଶଳ କ୍ରମେ ଯୁବକ ଜଣଙ୍କ ଖସି ପଳାଇ ଏକ ଡାବାରେ ଲୁଚି ଯାଇଥିଲେ । ଖବର ପାଇ ସଦର ଥାନା ପୁଲିସ ଉକ୍ତ ଡାବାରେ ପହଞ୍ଚି ଅପହରଣ କରିନେଉଥିବା ଯୁବକଙ୍କୁ ଉଦ୍ଧାର କରିଛି । ଅନ୍ୟପକ୍ଷରେ ଉକ୍ତ ଘଟଣାଟି ବ୍ରହ୍ମପୁର ଟାଇନ୍ ଥାନା ଅଞ୍ଚଳରେ ହୋଇଥିବାରୁ ପୁଲିସ ମାମଲାକୁ ଟାଉନ ଥାନାକୁ ହସ୍ତାନ୍ତର କରିଛି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ରାୟଗଡା ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଅରୁଣ ପଟ୍ଟନାୟକ ଦୀର୍ଘ ୧୫ ବର୍ଷ ପୂର୍ବେ ଜଣେ ମହିଳାଙ୍କୁ ବିବାହ କରିଥିଲେ ।

ସେମାନଙ୍କର ୧୫ ବର୍ଷର ପୁଅ ଓ ୧୩ ବର୍ଷର ଗୋଟିଏ ଝିଅ ରହିଛନ୍ତି । ଅନ୍ୟପକ୍ଷରେ ସ୍ୱାମୀ ଅରୁଣ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିବା ସହ ତାଙ୍କ ଏକ ଛୁଆ ରହିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଏହି କାରଣକୁ ନେଇ ବିଭିନ୍ନ ସମୟରେ ପରିବାର ମଧ୍ୟରେ ଝଗଡ଼ା ଲାଗିରହୁଥିଲା । ଏଥି ମଧ୍ୟରେ ଛତ୍ରପୁର ଅଞ୍ଚଳର ବାବୁ ନାମକ ଜଣେ ଯୁବକଙ୍କ ସହ ମହିଳାଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଦୀର୍ଘ ଏକ ବର୍ଷର ସମ୍ପର୍କ ପରେ ବାବୁ ଉକ୍ତ ମହିଳାଙ୍କୁ ନେଇ ବ୍ରହ୍ମପୁର ଆସିଥିଲେ । ଗତକାଲି ରାତି ୧୦ଟାରେ ଉକ୍ତ ମହିଳା ଓ ବାବୁ କାର ଯୋଗେ ବିଜିପୁର ଛକ ଦେଇ ଯାଉଥିଲେ । ପୂର୍ବରୁ ଏହି ଖବର ପାଇ ଯୋଜନା ମୁତାବକ ମହିଳାଙ୍କ ଭାଇ ଓ ୧୫ରୁ ଉର୍ଦ୍ଧ୍ୱ ତାଙ୍କ ସହଯୋଗୀ କାରକୁ ଅଟକାଇଥିଲେ । ଏହା ପରେ ଉକ୍ତ ଯୁବକମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ବାବୁଙ୍କ ମୁହଁ ଏବଂ ଶରୀରରେ ଆଘାତ ଲାଗିଛି । ଏହା ପରେ ବାବୁଙ୍କ କାରରେ ଯୁବକମାନେ ତାଙ୍କୁ ଅପହହଣ କରି ମହୁରିକାଳୁଆ ନେଇଯିବା ପାଇଁ ଯୋଜନା କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଅପହରଣ କରି ନେଉଥିବା ଯୁବକମାନେ ପାଣି ବୋତଲ କିଣିବା ନିମନ୍ତେ ଫାଷ୍ଟଗେଟ୍ ନିକଟରେ ଗାଡ଼ି ରଖିଥିଲେ । ଏହି ସମୟରେ ବାବୁ କୌଶଳ କ୍ରମେ କାରରୁ ବାହାରକୁ ବାହାରି ନିକଟରେ ଥିବା ଏକ ହୋଟେଲ୍ ମଧ୍ୟରେ ପଶି ଯାଇଥିଲେ । ହୋଟେଲ୍ କର୍ମଚାରୀମାନେ ବାବୁଙ୍କୁ ସୁରକ୍ଷା ଦେବା ସହ ତୁରନ୍ତ ସଦର ଥାନା ପୁଲିସକୁ ଖବର ଦେଇଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଉକ୍ତଟି ମାମଲା ଟାଉନ୍‌ଥାନାକୁ ହସ୍ତାନ୍ତର କରିଥିଲା । ବାବୁଙ୍କ ଅଭିଯୋଗ ପରେ ପୁଲିସ ଏହି ଘଟରାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking