16.1 C
Bhubaneswar
Friday, January 28, 2022
Homeଓଡିଶାପରି ହତ୍ୟାକାରୀ କୁ ଫାସୀ ଓ ପରି କୁ ନ୍ୟାୟ ଦାବିରେ ଜିଲ୍ଲା କଂଗ୍ରେସ...

ପରି ହତ୍ୟାକାରୀ କୁ ଫାସୀ ଓ ପରି କୁ ନ୍ୟାୟ ଦାବିରେ ଜିଲ୍ଲା କଂଗ୍ରେସ ର ପ୍ରତିବାଦ

ନୟାଗଡ : ସଦର ଥାନା ଅନ୍ତର୍ଗତ ଯଦୁପୂର ଗ୍ରାମର ବହୁ ଚର୍ଚିତ ପରି  ହତ୍ୟାକାରୀ କୁ ଫାସୀ ଓ ପରି କୁ ନ୍ୟାୟ ଦାବିରେ ଜିଲ୍ଲା କଂଗ୍ରେସ ର ପ୍ରତିବାଦ ସଭାବସ ଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇ ଯାଇଛି |ଏଥିରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଜିଲ୍ଲା ପର୍ଯ୍ୟଵେକ୍ଷକ ନିଶିକାନ୍ତ ମିଶ୍ର, ମୁଖପାତ୍ର ପଦ୍ମl କର ଗୁରୁ, ଅମିତା ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଥିଲେ| ଏହି ଅବସରରେ ଶ୍ରୀ ମାଝୀ କହିଛନ୍ତି ରାଜ୍ୟ ରେ ଅପରାଧ ସଂଖ୍ୟା ବଢ଼ି ବଢ଼ି ଚାଲିଛି |, ଓଡିଶା ରେ 100ରେ 4ଜଣ ଅପରାଧୀ ଦଣ୍ଡିତ ହେଉଛନ୍ତି| ନବୀନ ବାବୁ ଙ୍କ ସରକାର , ଶିଶୁ ଓ ମହିଳା ମାନଂକୁ ସୁରକ୍ଷା ଦେବାରେ ବିଫଳ| ଶିଶୁ ନିଖୋଜ ରାଜ୍ୟ ରେ ଭୟଙ୍କର ଭାବେ ବଢ଼ି ଚାଲିଛି| ନୟାଗଡ ପରିର ପରିବାର କୁ ଧନ୍ୟବାଦ, ସେମାନେ ସାହସିକତାର ସହ ଏହାର ପ୍ରତିବାଦ କରିଛନ୍ତି | କଂଗ୍ରେସ ଦଳ ପରି ପରିବାର ସହିତ ରହିଛି| ପରୀକୁ ନ୍ୟାୟ ନମିଳିଲେ କଂଗ୍ରେସ ନ୍ୟାୟ ଛଡାଇ ଆଣିବ|ସାରା ରାଜ୍ୟକୁ ଆମେ ଠପ କରିଦେବୁ, ସରକାର ଚଳେଇ ଦବୁ ନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି| ଏପଟେ ଏସଆଇଟିର କାର୍ଯ୍ୟକଳାପ କୁ ନେଇ ଶ୍ରୀ ମାଝୀ ନାପସନ୍ଦ କରିଥିଲା ବେଳେ , ମୁଖ ପାତ୍ର, ପଦ୍ମାକର ଗୁରୁ, ଚେତାବନୀ ଦେଇ ବକ୍ତବ୍ୟ ରେ କହିଥିଲେ, ଅରୁଣ ଅରୁଣ କୋଳl କୋଳି, ନୟାଗଡ ରେ ପଡିଛି ଭାଳେଣି|

  ପରି ହତ୍ୟା କାଣ୍ଡ ପାଇଁ ବିଜେପି ର ଗଣଧାରଣା, ଓ କଂଗ୍ରେସ ର ପ୍ରତିବାଦ ସଭା ସରଗରମ ହୋଇଥିଲା ବେଳେ ଏପଟେ ସଂଗୀନ ଅଭିଯୋଗ ଆଣିଛନ୍ତି ଯଦୁପୁର ଗ୍ରାମର ସରୋଜ ସେଠି |, ତାଙ୍କୁ କୁଆଡେ ତଦନ୍ତ କରୁଥିବl ଏସଆଇଟି ର ମୁଖ୍ୟ ଅରୁଣ ବୋଥ୍ରା 5ଲକ୍ଷ ଟଙ୍କା ଯାଚୁଛନ୍ତି, କେଶ ର ସବୁ ସତକଥା ମାନିବାକୁ, ବାଧ୍ୟ କରୁଛନ୍ତି, ସରୋଜ ସେଠି କହିଛନ୍ତି | ଅଯଥା ମୋତେ ଫସା ଯାଉଛି, ମୁ ଏ ବିଶୟ ରେ କିଛି ଜାଣିନି |, ଅଭିଯୋଗ କୁ ଭିତି କରି ଶ୍ରୀ ମାଝୀ କହିଛନ୍ତି ଯୋଉ ତଦନ୍ତ ପୋଲିସ 5ମାସ ଭିତରେ କରିପାରିନି ଏତେ ଅଳ୍ପ ସମୟରେ ଏସଆଇଟି କିପରି ହତ୍ୟାକାରୀ ପାଖରେ ପହଂଚିଲା,? ,

ଏପଟେ ଏସଆଇଟି ତଦନ୍ତ ଅନୁଯାଇ ପ୍ରାଥମିକ ଭାବେ ହାଇକୋଟ ରେ ସତ୍ୟପାଠ ରେ ଦର୍ଶାଇଛି ଯେ ପରୀକୁ ରେଫ ପରେ ହତ୍ୟା କରାଯାଇଛି, | ସରୋଜ ସେଠି ଙ୍କ ଅଭିଯୋଗ ର କାରନାମା ନୟାଗଡ ବାସି ଙ୍କ ପାଇଁ ଚର୍ଚ୍ଚା ର ବିଷୟ ହୋଇଛି,| କଂଗ୍ରେସର ନେତୃତ୍ୱ ବୃନ୍ଦ ଏ କଥା କୁ ନେଇପ୍ରତିବାଦ କରିଥିଲେ,| ପ୍ରତିବାଦ ରେ ହତ୍ୟା କାରୀ କୁ ଫାସୀ ଦିଆ ଯାଉ ବୋଲି ଦାବୀ କରି ଥିଲେ, | ଏ ସଭାକୁ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶସଭାକୁ ଅଧକ୍ଷତା କରି ଥିଲେ, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ହୁସେନ ଖାଁ, କମଳସାହୁ, ଯୁବନେତା ପ୍ରତୀକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ|

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking