40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପରୀ ହତ୍ୟା ମାମଲା: ରାଜ୍ୟ ସରକାରଙ୍କୁ ୪ ସପ୍ତାହ ମହଲତ

ପରୀ ହତ୍ୟା ମାମଲା: ରାଜ୍ୟ ସରକାରଙ୍କୁ ୪ ସପ୍ତାହ ମହଲତ

ନୟାଗଡ଼: ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ  କାଉଣ୍ଟର ଆଫିଡେଭିଟ୍ ଦାଖଲ କରିବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ  ସୁପ୍ରିମକୋର୍ଟ ୪ ସପ୍ତାହର ସମୟ ଦେଇଛନ୍ତି। ତେବେ ଏପ୍ରିଲ ୫ ରେ ମାମଲାର ପରବର୍ତ୍ତି ଶୁଣାଣି ହେବ। ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ମା ସୌଦାମିନୀ ସାହୁଙ୍କ ପକ୍ଷରୁ  ଆବେଦନ କରାଯାଇଥିଲା । ଆଜି ମାନ୍ୟବର ସୁପ୍ରିମକୋର୍ଟ ଏହାର ଶୁଣାଣି କରିଛନ୍ତି। ମାମଲାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଦାବି କରି ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲେ ସୌଦାମିନୀ ସାହୁ । ଜାନୁଆରୀ ୧୩ ତାରିଖରେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସିବିଆଇ ଓ ଓଡ଼ିଶା ସରକାରଙ୍କୁ ନୋଟିସ ଜାରି କରିଥିଲେ । ସୂଚନା ଯୋଗ୍ୟ, ଗତବର୍ଷ ଜୁଲାଇ ମାସରେ ତାଙ୍କୁ ଅପହରଣ, ବଳାତ୍କାର ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ସିବିଆଇ ତଦନ୍ତ ପରି ର ମା ପ୍ରଥମରୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking