32.8 C
Bhubaneswar
Tuesday, April 16, 2024
Homeଓଡିଶାଆନ୍ଧ୍ରର ବେଆଇନ୍ ପୋଖରୀ ଖୋଳାକୁ ପ୍ରଶାସନ ବନ୍ଦ କଲା  

ଆନ୍ଧ୍ରର ବେଆଇନ୍ ପୋଖରୀ ଖୋଳାକୁ ପ୍ରଶାସନ ବନ୍ଦ କଲା  

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ଚମ୍ପାପୁର ଗ୍ରାମ ନିକଟ ଓଡିଶାର ଜମିରେ ଆନ୍ଧ୍ର ସରକାରଙ୍କ ମନରୋଗା ପୋଖରୀ ଖୋଳା କାର୍ଯ୍ୟକୁ ଗୁରୁବାର ରାୟଗଡ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ ବନ୍ଦ କରିଛନ୍ତି । ଆନ୍ଧ୍ରର ମଞ୍ଜୁଷା ତହସିଲ ପ୍ରଶାସନ ଜବରଦସ୍ତ ପୋଖରୀ ଖୋଳୁଥିଲେ । ପଞ୍ଚାୟତବାସୀ ଏହାକୁ ବିରୋଧ କରିବାରୁ ଠିକାଦାରଙ୍କ କିଛି ସମର୍ଥକ ଓ ଆନ୍ଧ୍ରର କିଛି ଲୋକ ଏହା ଆନ୍ଧ୍ରର ଜାଗା ବୋଲି କହିଥିଲେ । ଫଳରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା ।

ଖବର ପ୍ରସାର ପରେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶକ୍ରମେ  ରାୟଗଡ ତହସିଲଦାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ପୋଖରୀ ଖୋଳାରେ ନିୟୋଜିତ ଆନ୍ଧ୍ରର ଠିକାଦାର ଓ ମଞ୍ଜୁଷା ତହସିଲର କର୍ମଚାରୀଙ୍କୁ ତାଗିଦ୍ କରିଛନ୍ତି । ଏହି ନିର୍ମାଣ କାର୍ଯ୍ୟକୁ ନେଇ ଆନ୍ଧ୍ର ଓ ଓଡ଼ିଶାର ଉଚ୍ଚପଦସ୍ଥ ଅଧିକାରୀ ବୈଠକରେ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ହୋଇ ପାରିବ ନାହିଁ । ଏହାକୁ ଅମାନ୍ୟ କଲେ ଗଜପତି ପ୍ରଶାସନ ଦୃଢ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ରାୟଗଡ ତହସିଲଦାରଙ୍କ ଏହି ତାଗିଦ୍ ପରେ ପୋଖରୀ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking