ପାରଳାଖେମୁଣ୍ଡି ମହାରାଜାଙ୍କ ପରଲୋକ

ଭୁବନେଶ୍ୱର : ପାରଳାଖେମୁଣ୍ଡି ମହାରାଜାଙ୍କର ଗୋପୀନାଥ ଗଜପତୀଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ପୂର୍ବରୁ ସାଂସଦ ଥିଲେ ମହାରାଜା ଗୋପୀନାଥ ଗଜପତି । ଅସୁସ୍ଥତା ଯୋଗୁ ଦୀର୍ଘଦିନ ଧରି ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
୧୯୪୩ ମସିହା ମାର୍ଚ ୬ ତାରିଖରେ ଜନ୍ମିତ ଗୋପୀନାଥ ଗଜପତି ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ନବମ ଓ ଦଶମ ଲୋକସଭାର ସାଂସଦ ହୋଇଥିଲେ। ପ୍ରଥମେ ସେ କଂଗ୍ରେସ ପାର୍ଟିର ସଦସ୍ୟ ଥିଲେ। ପରେ ସେ ବିଜେପି ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ୧୯୭୪ ମସିହା ମେ ୨୬ ତାରିଖ ଦିନ ଗୋପୀନାଥ ଗଜପତି ପାରଳାଖେମୁଣ୍ଡିର ‘ରାଜା’ ଭାବେ ଅଭିଷିକ୍ତ ହୋଇଥିଲେ। ସେ ଥିଲେ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜ୍ୟେଷ୍ଠପୁତ୍ର ରାମଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ପୁତ୍ର। ୧୯୬୭ ମସିହା ମାର୍ଚ ୧୪ ତାରିଖ ଦିନ ସେ ଧରମପୁରର ରାଜଜେମା ରାଣୀ ପୂର୍ଣ୍ଣ ଦେବୀଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।
https://onakhabar.com/2020/01/09/pregnant-laday/