27.1 C
Bhubaneswar
Thursday, April 25, 2024
HomeUncategorizedପାପଡାହାଣ୍ଡି ବସ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ

ପାପଡାହାଣ୍ଡି ବସ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ

ନବରଙ୍ଗପୁର: ଗତ କାଲି ଡିର ପାର୍କ ନିକଟରେ ଜାଗା କାଳିଆ ବସ ଦୁର୍ଘଟଣାରେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବସ ହେଲ୍ପର କୋରାପୁଟ ଜିଲ୍ଲା ବରିଗୁମ୍ମା ଥାନା ଅନ୍ତର୍ଗତ କାମରା ଗାଁର ଆଶିଷ ମିଶ୍ରର ଶବକୁ ଧରି ପରିବାର ଓ ଗ୍ରାମବାସୀ ମାନେ କାମରା ଗାଁ ନିକଟରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ବସିଛନ୍ତି। ଜୟପୁର, ନବରଙ୍ଗପୁର ଯାତାୟାତ ବାଧାପ୍ରାପ୍ତ।ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରାଯାଇଛି । ଆଶିଷ ମିଶ୍ର ଗତ ତିନି ବର୍ଷ ଧରି ଜଗାକାଳିଆ ବସ ରେ ହେଲ୍ପପର ଭାବେ କାମ କରୁଥିଲେ କିନ୍ତୁ ଗତକାଲି ସନ୍ଧ୍ୟାରେ ଗାଡି ଦୁର୍ଘଟଣା ହୋଇ ସେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ରାତି ଯାଏଁ ପରିବାର ଲୋକଙ୍କୁ ବସ ମାଲିକଙ୍କ ତରଫରୁ କୌଣସି ଖବର ଦିଆଯାଇନଥିଲା । ଟେଲିଭିଜନ ଦ୍ୱାରା ସେମାନେ ଏ ସମ୍ବନ୍ଧରେ ଜାଣିବାକୁ ପାଇଥିଲେ ବୋଲି ପରିବାର ତରଫରୁ ଅଭିଯୋଗ କରାଯାଇଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରାଯାଇଛି ।
ଏଥିସହ ବର୍ତ୍ତମାନ ସୁଦ୍ଧା ବସ ମାଲିକ ଙ୍କ ତରଫରୁ ସହାନୁଭୂତି ସୂଚକ ଭାବେ ପରିବାର ସହିତ କୌଣସି ଯୋଗାଯୋଗ କରାଯାଇନାହିଁ । ପରିବାର ତରଫରୁ ଏ ସମ୍ବନ୍ଧରେ ମାଲିକ ଙ୍କ ସହିତ ଯୋଗାଯୋଗ କରିବାରୁ ମାଲିକ ଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନଥିଲା ଏବଂ କିଛି ସମୟ ପରେ ମୋବାଇଲ ସ୍ୱିଚ ଅଫ କରିଦେଇଥିଲେ ବୋଲି ଅଭିଯୋଗ କରାଯାଇ ପ୍ରତିବାଦ ସ୍ୱରୂପ ପରିବାର ତରଫରୁ କୋରାପୁଟ ଜିଲ୍ଲା କାମାରା ଠାରେ ଜୟପୁର ଓ ନବରଙ୍ଗପୁର ରାସ୍ତାରୋକ କରାଯାଇଛି । ବସ ମାଲିକ ଆସି ପରିବାର ସହିତ ଯୋଗାଯୋଗ କରିବା ଏବଂ ପରିବାର ଭରଣ ପୋଷଣ ସହିତ ମୃତକ ଙ୍କ ସାନ ଭାଇଙ୍କୁ ଚାକିରୀ କରିବା ପାଇଁ ପରିବାର ତରଫରୁ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking