ଉତ୍କଳରତ୍ନ ୰ ପଣ୍ଡିତ ଲକ୍ଷ୍ମୀଧର ରାଉତଙ୍କ ସ୍ମୃତି ସଭା, ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ସ୍ମରଣୀକା ଉନ୍ମୋଚନ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଳକର ବାଣୀପୀଠ ହଳଦୀପଦା ଠାରେ ଉତ୍କଳରତ୍ନ ୰ ପଣ୍ଡିତ ଲକ୍ଷ୍ମୀଧର ରାଉତଙ୍କ ସ୍ମୃତି ସଭା, ରାଜ୍ୟସ୍ତରୀୟ କବିତା ପାଠୋତ୍ସବ, ସ୍ମରଣିକା “ସ୍ମୃତିରେ ଲକ୍ଷ୍ମୀଧର ” ଉନ୍ମୋଚନ ସମାରୋହ ସହିତ ସ୍ଵର୍ଗତ ରାଉତଙ୍କ ପୁସ୍ତକ ପଦର୍ଶନୀ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେଶନ କବି ସଚ୍ଚୀଦାନନ୍ଦ ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ସମୟଚକ୍ରର ସଂପାଦକ ସର୍ବେଶ୍ଵର ଜେନା ଯୋଗଦାନ କରି ଭଞ୍ଜମାଟି ଆଜି ଜଣେ ପ୍ରଚଣ୍ଡ ସାରସ୍ଵତ ସାଧକ, ବାଗ୍ମୀ ଓ ଏକାଧିକ ପ୍ରତିଭାଧିକାରୀଙ୍କୁ ହରାଇଲା ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଆରକ୍ଷୀତ ଶଶିଧର ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ଚନ୍ଦ୍ରଶେଖର ମହାନ୍ତି ଓ ଜୟନ୍ତ ରାଉତ ଯୋଗଦାନ କରିଥିଲେ । ମଂଚ ସଂଚାଳନ ବଂକିମ୍ କୁମାର ବାରିକ କରିଥିବା ବେଳେ । କବିତା ସଂଯୋଜାନା କବି ସ୍ନେହାଶିଷ ମହାନ୍ତି ଓ ଜୟଶ୍ରୀ ଖଟୁଆ କରିଥିଲେ । ବେଳେ ୫୩ ଜଣ କବି କବିତା ପାଠ କରିଥିଲେ । ପ୍ରାରମ୍ଭିକ ସୂଚନା ସମ୍ବିତ କୁମାର ରାଉତ ପ୍ରଦାନ କରିଥିଲେ । ଦ୍ଵିତୀୟ ଅଧିବେଶନରେ କବି ବେଣୁଧର ଜେନା ସଭାପତିତ୍ଵ କରିଥିଲେ ା ମୁଖ୍ୟ ଅତିଥି ଭାବେ ବର୍ଷିଆନ ସାମ୍ବାଦିକ ଡକ୍ଟର ବିଜୟ କୁମାର ଅଗ୍ରୱାଲା ଯୋଗଦାନ କରି ପଣ୍ଡିତ ସ୍ଵର୍ଗତଃ ରାଉତ ତାଙ୍କ ଅମ୍ଳାନ ବ୍ୟକ୍ତିତ୍ଵ’ ସାହିତ୍ୟ ସାଧନା ଓ ହାତଗଢା ଅନୁଷ୍ଠାନ ପାଇଁ ସବୁ ଦିନ ପାଇଁ ଆମର ରହିବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଅଧ୍ୟାପକ କରୁଣାକର ମହାପାତ୍ର, ସ୍ୱତନ୍ତ୍ର ଅତିଥି ଭାବେ ଉତ୍କଳ ଶିକ୍ଷା ପରିଷଦର ସଂପାଦକ ଯୋଗେନ୍ଦ୍ର ଦାଶ ଓ ସମ୍ମାନୀତ ଅତିଥି ଭାବେ ଡକ୍ଟର ରମାକାନ୍ତ ମହାନ୍ତ, କବି ରତିକାନ୍ତ ବେହେରା, ନିରୋଦ ସୁନ୍ଦର ଜେନା, ନରେନ୍ଦ୍ର ମୋହନ ମୋଦି, ଯତୀନ୍ଦ୍ରନାଥ ସାହୁ ଆଦି ଯୋଗଦାନ କରିଥିବା ଥିଲେ ଶିବଶଙ୍କର ଭୂୟାଁ , ଅକ୍ଷୟ କୁମାର ବେହେରା, ଜ୍ୟୋତି୍ରମୟୀ ମୁଖି, ଜଗବନ୍ଧୁ ସାମନ୍ତରାୟ, ହରେକୃଷ୍ଣ ମଲ୍ଲୀକ ଓ ସତ୍ୟନାରାୟଣ ମୋଦି ଆଦି ସ୍କୃତିଚାରଣ କରିଥିଲେ ା ଡକ୍ଟର କୁମାର ବାବୁଲି ଆନୁଷ୍ଠାନିକ ସୂଚନା ପ୍ରଦାନ କରିବା ପରେ । ପଞ୍ଚଭୂତ ଶାନ୍ତି ପାଇଁ ପାଞ୍ଚଟି ବୃକ୍ଷ ରୋପଣ ହୋଇଥିଲା । ମୁଖ୍ୟ ଅତିଥି ସ୍ମରଣିକା “ସ୍କୃତିରେ ଲକ୍ଷ୍ମୀଧର ” ଉନ୍ମୋଚନ କରିଥିଲେ । ଶାନ୍ତି ପ୍ରବୀର ରାଉତ ଶେଷ ଶବ୍ଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here