37.1 C
Bhubaneswar
Thursday, March 28, 2024
Homeଓଡିଶାଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧ ଦିବସ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧ ଦିବସ

ଯାଜପୁର :ଆଜି ପବିତ୍ର ନେତ୍ରୋତ୍ସବ ତିଥିରେ ସେବା ଓ ତ୍ୟାଗର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧ ଦିବସ ଅବସରରେ ଫେରୋକ୍ରୋମ୍ କାରଖାନା ପାଖରେ ଥିବା କ୍ରୋମ୍ ନଗର ବିଦ୍ୟାପୀଠ ପ୍ରାଙ୍ଗଣରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ନିକଟରେ ମାଲ୍ୟାର୍ପଣ କରିବା ସହ ଏକ ସ୍ମୃତିସଭା ବରିଷ୍ଠ ଆଇନଜୀବି ଶ୍ରୀ ବ୍ରଜ କିଶୋର ପତି ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାର ବିଶିଷ୍ଠ ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଶିକ୍ଷା ପ୍ରଭାରୀ ବିଜୟ କୁମାର ବାରିକ ଉତ୍କଳମଣିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ଯୁବସମାଜ କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅକ୍ଷୟ କୁମାର ଦେଓ , ଅବିନାଶ ବଳ, ରଜତ କୁମାର ପତି ତଥା ଶିବାନନ୍ଦ କ୍ଲବର ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗଦେଇଥିଲେ। ଶେଷରେ ଉତ୍କଳର ତଥା ସମଗ୍ର ଦେଶର ଗୌରବ ଉତ୍କଳମଣି ଗୋପବନ୍ଧୁ ଦାସ ଓ କୂଳବୃଦ୍ଧ ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ପ୍ରଦାନ କରିବାକୁ ଆଇନଜୀବି ଶ୍ରୀଯୁକ୍ତ ବ୍ରଜ କିଶୋର ପତି କେନ୍ଦ୍ର ସରକାରଙ୍କୁ ଦାବି କରିଥିଲେ । ସମାଜସେବୀ ଅକ୍ଷୟ କୁମାର ଦେଓ ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking