27.1 C
Bhubaneswar
Thursday, April 25, 2024
Homeଓଡିଶାଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

 
ବଲାଙ୍ଗିର, – ସ୍ଥାନିୟ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟର ସମ୍ମୀଳନି କକ୍ଷରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି ।ଏହି ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତି ମହାନନ୍ଦ ମୁଖ୍ୟ ଅତିଥି ରୁପା ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ପରେ ବଲାଙ୍ଗିର ଜିଲ୍ଲାପାଳ ।ରିନ୍ଦମ ଡାକୁଆ, ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ସ୍ୱାଇଁ,ଜିଲ୍ଲାପରିଷଦ ଉପାଧକ୍ଷ ପାଣ୍ଡବ ସାହୁ ସମେତ ଅନ୍ୟାନ୍ୟ ଉପସ୍ଥିତ ଅତିଥିଗଣ ପୁଷ୍ପ ଦେଇ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀମତି ମହାନନ୍ଦ ଗ୍ରାମାଞ୍ଚଳରେ କିପରି ଭାବେ ବିଭିନ୍ନ ଯୋଜନା ଗୁଡିକୁ ସଫଳ ଭାବେ କାର୍ଯ୍ୟକାରି କରିବା ସହ ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ ଗୁଡିକୁ ତ୍ୱରାନ୍ୱିତ କରିବା ନିମନ୍ତେ ସମ୍ମୀଳିତ ଉଦ୍ୟମ ଓ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ବଲାଙ୍ଗିର ଜିଲ୍ଲାପାଳ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ବିଭିନ୍ନ ଅନୁଷ୍ଠାନ ଗୁଡିକୁ ଦିଆଯାଇଥିବା କ୍ଷମତାର ସୁବିନିଯୋଗ କରି ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ଗୁଡିକର ସମାଧାନ କରି ବିଭିନ୍ନ ଲୋକାଭିମୁଖି ଓ ଉନ୍ନୟନ ମୁଳକ କାମର ସଫଳ ରୁପାୟନ କରିବା ପାଇଁ ପରାମର୍ଶ ଦେଇଥିଲେ । ତାଛଡା ରାଜ୍ୟ ସରକାରଙ୍କ ମୋ ସରକାର ଓ ୫ଟି ଦ୍ୱାରା ଜନସାଧାରଣ କିପରି ଲାଭବାନ ହୋଇପାରିବେ ସେ ଉପରେ ଆଲୋକପାତ କରିଥିଲେ । ସଭାରେ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ସ୍ୱାଇଁ ପଞ୍ଚାୟତିରାଜ ଦିବସ ପାଳନର ତାତ୍ପର୍ଯ୍ୟ ତଥା ଯୋଜନା ଗୁଡିକର କାର୍ଯ୍ୟକାରିତା ଦିଗରେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକର ଭୁମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ବାଲାଙ୍ଗିର ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ସତ୍ୟ ନାରାୟଣ ଭୋଇ, ସଭ୍ୟ ଶ୍ରିଧର ବାରିକ, ସାମ୍ବାଦିକ ବିରେନ୍ଦ୍ର ଝାଙ୍କର ପଞ୍ଚାୟତିରାଜ ବ୍ୟବସ୍ଥା ଓ ଏହାର କାର୍ଯ୍ୟକାରିତା ଉପରେ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାର ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ ଡ଼ ଶିବ ପ୍ରସାଦ ନନ୍ଦ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜିବନାଦର୍ଶ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାରେ ବିଭିନ୍ନ ବିଭାଗ ତରଫରୁ କର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଉନ୍ନୟନ ମୁଳକ କାମର କାର୍ଯ୍ୟକାରିତା ଓ ତାହାର ସଫଳତାର କାହାଣୀ ଗୁଡିକୁ ଉପସ୍ଥାପନ କରିଥିଲେ । ଏହି ଅବସରରେ ଗୁଡଭେଲା ବ୍ଲକ ଅନ୍ତର୍ଗତ ରିଷିଢା ଗ୍ରାମ ପଞ୍ଚାୟତର ସରପଞ୍ଚ ସବିତା ବେହେରାଙ୍କୁ ମୁଖ୍ୟ ଅତିଥି ସମ୍ମ୍‌ାନିତ କରିଥିଲେ । ଏହି ସମାରୋହରେ ବଭିନ୍ନ ବିଭାଗର ଅଧିକାରି, ଜିଲ୍ଲା ପରିଷଦର ସଭ୍ୟ ବୃନ୍ଦ ଉପସ୍ଥିତ ଥିବା ବେଳେ ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହି ସ୍ୱାଗତ ଅଭିଭାଷଣ ରଖି କାର୍ଯ୍ୟକ୍ରମ ପରିଚାଳଣା କରିବା ସହ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking