28.1 C
Bhubaneswar
Thursday, March 28, 2024
Homeଓଡିଶାଜିଲ୍ଳାସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ

ଜିଲ୍ଳାସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ

ବଲାଙ୍ଗୀର (ଦେବାଶିଷ ମିଶ୍ର)-ବଲାଙ୍ଗୀର ଜଳସେଚନ ବିଭାଜନ କାର୍ଯ୍ୟାଳୟ ପରିସରରେ ପାଣି ପଂଚାୟତ ପକ୍ଷ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଏଫକ୍ସ କମିଟି ଅଧ୍ୟକ୍ଷ ଆକାଶ ମିଶ୍ର, ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସତ୍ୟନାରାୟଣ ଧଳ, କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହି ଯନ୍ତ୍ରୀ ବିଜୟ ପରିଡା,କେଭିକେ ମୁଖ୍ୟ ଆଶିଷ ଦାସ, ମତ୍ସବିଭାଗର ଇତିଶ୍ରୀ ରଥ, ଉଦ୍ୟାନ ବିଭାଗର କେଶବଚନ୍ଦ୍ର ମିଶ୍ର ମଂଚାସିନ ଥିଲେ । ଜିଲ୍ଳା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଦିଲିପ କୁମାର ପାତ୍ର ପକ୍ଷ ପାଳନର ତାତ୍ପର୍ଯ୍ୟ ଉପରେ ସୂଚନା ଦେବାସହ ମଂଚ ପରିଚାଲନା କରିଥିଲେ । ଏହି ଅବରସ ଜିଲ୍ଲାର ବିଭିନ୍ନ ଅଂଚଳରୁ ସହସ୍ରାଧିକ ଚାଷୀ ଯୋଗଦେଇଥିଲେ । ସଭା କାର୍ଯ୍ୟପୁର୍ବରୁ ଅତିଥିମାନଙ୍କ ଦ୍ୱାରା ପାଣିପାଗ ଓ କୃଷିଯାତ ସମଗ୍ରୀ, ମତ୍ସ୍ୟବିଭାଗ, ଉଦ୍ୟାନ ବିଭାଗ ପକ୍ଷରୁ ପ୍ରଦର୍ଶନୀ ଷ୍ଟଲକୁ ଉଦ୍‌ଘାଟନ କରିଥିଲେ । ପାଣିପଂଚାୟତ ପକ୍ଷ ଗତ ୧୬ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୩୦ ତାରିଖ ଦିନ ଶେଷ ହେବ ଏବଂ ଏହି ପରିପେକ୍ଷିରେ ଜିଲ୍ଲା ତମାମ୍ ଥିବା ପାଣିପଂଚାୟତ ଅଂଚଳକୁ ସଚେତନତା ରଥ ଯାତ୍ରାକରି ଚାଷୀ ଓ ସାଧାରଣ ଲୋକଙ୍କୁ ସାମ୍ପ୍ରତିକ ପରିସ୍ଥିତିରେ ପାଣିର ଆବଶ୍ୟକତା ଓ ପାଣିର ବ୍ୟବହାର ପାଇଁ ଉପରେ ଜନସାଧାରଣଙ୍କୁ ସଚେତନ କରାଯାଉଛି । ଏସ୍‌ଡିଓ ଲକ୍ଷ୍ମଣ ଦାସ ଠାକୁର, ଏସ୍‌କେ ପଣ୍ଡା, ପ୍ରତିଭା ମାଝି , ଶିବ ଶତପଥି ପ୍ରମୁଖ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking