39.1 C
Bhubaneswar
Wednesday, April 24, 2024
Homeଓଡିଶାପଞ୍ଚାୟତ ନିର୍ବାଚନରେ ୨ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥୀ ଯୋଗ୍ୟ ଘୋଷିତ, ୮୬୪୮ ନାମାଙ୍କନ ନାକଚ୍‌

ପଞ୍ଚାୟତ ନିର୍ବାଚନରେ ୨ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥୀ ଯୋଗ୍ୟ ଘୋଷିତ, ୮୬୪୮ ନାମାଙ୍କନ ନାକଚ୍‌

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କର ତାଲିକା ପ୍ରକାଶ ପାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୮୬୪୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ୍‌ ହୋଇଯାଇଛି। ଏଥିରେ ୱାର୍ଡମେମ୍ବର ପାଇଁ ନାମାଙ୍କନ ଦାଖଲ କରିଥିବା ୫୫୪୪ ଜଣ, ସରପଞ୍ଚ ପାଇଁଁ ୧୭୫୩, ପଞ୍ଚାୟତ ସମିତି ପାଇଁ ୧୧୧୯ ଜଣ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୩୨ ଜଣ ଅଛନ୍ତି। ରାଜ୍ୟ ନିର୍ବାଚନ କମିସନରଙ୍କ ସଚିବ ଏହି ସୂଚନା ଦେଇଛନ୍ତି। ତେବେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ଏବେ ମୋଟ ୨ ଲକ୍ଷ ୨୦ ହଜାର ୪୧୪ ଜଣ ପ୍ରାର୍ଥୀ ନିର୍ବାଚନରେ ଲଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଏଥିରୁ ୱାର୍ଡମେମ୍ବର ପାଇଁ ୧ ଲକ୍ଷ ୫୬ ହଜାର ୭୫୩, ସରପଞ୍ଚ ପାଇଁ ୩୨ ହଜଜାର ୮୬୦, ସମିତି ସଭ୍ୟ ପାଇଁ ୨୭ ହଜାର ୩୪ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୩ହଜାର ୭୬୭ ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ସୂଚନାଯୋଗ୍ୟ,‌ ଯେ ପଞ୍ଚାୟତ ନିର୍ବାଚନ ପାଇଁ ଗତ ୨୧ ତାରିଖ‌ରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିଲା। ରାଜ୍ୟର ୩୦ ଜିଲ୍ଲାରେ ମୋଟ୍‌ ୨ ଲକ୍ଷ ୨୯ ହଜାର ୬୨ ଜଣ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ୱାର୍ଡମେମ୍ବର ପାଇଁ ସର୍ବାଧିକ ୧ଲକ୍ଷ ୬୨ ହଜାର ୨୯୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସରପଞ୍ଚ ପାଇଁ ୩୪ ହଜାର ୬୧୩ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ‌ବେଳେ ସମିତି ସଭ୍ୟ ପାଇଁ ୨୮ ହଜାର ୧୫୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ସେହିପରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ୩ ହଜାର ୯୯୯ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking