37.2 C
Bhubaneswar
Friday, April 19, 2024
Homeଓଡିଶାକାଳିଆ ଦର୍ଶନ କଲେ ପାକିସ୍ତାନର ହିନ୍ଦୁ ପର୍ଯ୍ୟଟକ

କାଳିଆ ଦର୍ଶନ କଲେ ପାକିସ୍ତାନର ହିନ୍ଦୁ ପର୍ଯ୍ୟଟକ

ପୁରୀ: ଟାଣି ଆଣିଲା କାଳିଆର ଡୋରି । ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ସୁଦୂର ପାକିସ୍ତାନରୁ ଛୁଟି ଆସିଲେ ହିନ୍ଦୁ ପର୍ଯ୍ୟଟକ । ପାକିସ୍ତାନ କରାଚିର ସିନ୍ଧରୁ ମୋଟ ୧୩୩ ଜଣ ଯାତ୍ରୀ ବିଭିନ୍ନ ଧାମ ଯାତ୍ରା କରିବାକୁ ଭାରତ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗତକାଲି ରାତିରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ।
ସେମାନେ ପ୍ରଥମେ ମଥୁରା ଦର୍ଶନ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଉଭୟ ଦେଶରେ ଶାନ୍ତି ବିରାଜମାନ ସହ ବନ୍ଧୁତ୍ୱପୂର୍ଣ୍ଣ ଭାବ ସୁଦୃଢ ହେଉ ବୋଲି ସେମାନେ ମହାପ୍ରଭୁଙ୍କ ନିକଟରେ କୃପାଭିକ୍ଷା କରିଛନ୍ତି । ପ୍ରତିବର୍ଷ ନୂଆବର୍ଷ ଅବସରରେ ଏହି ପର୍ଯ୍ୟଟକ ମାନେ ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ସହାୟତାରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥାନ୍ତି । ପୁରୀରୁ ଯିବା ପରେ ହରିଦ୍ୱାର, ବୃନ୍ଦାବନ ହୋଇ ସେମାନେ ପାକିସ୍ତାନ ଫେରିଯିବେ ବୋଲି କହିଛନ୍ତି ।
ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଶ୍ରୀମନ୍ଦିର ବାହାରେ ହୋଇଥିବା ସାଜସଜ୍ଜା ଓ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ଦେଖି ସେମାନେ ବେଶ୍ ଖୁସି ଥିବା କହିଛନ୍ତି । ସେମାନଙ୍କ ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ । ପାକିସ୍ତାନରେ କିପରି ଅଛନ୍ତି ପଚରାଯିବାରୁ ସେଠାରେ ସେମାନେ ବେଶ୍ ଖୁସିରେ ଥିବା ଅଛନ୍ତି । ସେମାନଙ୍କ ପ୍ରତି କୌଣସି ବିପଦ ନ ଥିବା ବେଳେ ସେଠାକାର ସରକାର ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି । ଭାରତ ପାକିସ୍ତାନ ସରକାର ମଧ୍ୟରେ ବନ୍ଧୁତ୍ୱ ମଜଭୁତ ହେଲେ ଉଭୟ ଦେଶ ବିଶ୍ୱର ସର୍ବଶ୍ରେଷ୍ଠ ଶକ୍ତି ଭାବେ ଛିଡା ହୋଇପାରନ୍ତେ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି । ଶ୍ରୀ ଜଗନ୍ନାଥଙ୍କ ମହିମା, ଚେତନା ପ୍ରଚାର ପ୍ରସାର କରିବାର ଉଦ୍ଦେଶ୍ୟ ନେଇ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking