30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଚଳନ୍ତା ବିମାନରେ ପାକିସ୍ତାନୀ ଯାତ୍ରୀଙ୍କ ହଙ୍ଗାମା

ଚଳନ୍ତା ବିମାନରେ ପାକିସ୍ତାନୀ ଯାତ୍ରୀଙ୍କ ହଙ୍ଗାମା

ପେଶାଓ୍ବର : ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପେଶୱାରରୁ ଦୁବାଇ ଅଭିମୁଖେ ଯାଉଥିବା ଏକ ବିମାନରେ ଜଣେ ଯାତ୍ରୀ ଏତେ ଉପଦ୍ରବ ସୃଷ୍ଟି କରିଥିଲେ ଯେ ଯାତ୍ରୀଙ୍କୁ ବ୍ଲାକ ଲିଷ୍ଟ କରିବାର ନିଷ୍ପତ୍ତି ନେଇଥିଲା ଏୟାରଲାଇନ୍ସ କମ୍ପାନୀ। ମିଳିଥିବା ଖବର ଅନୁସାରେ ଜଣେ ଯାତ୍ରୀ ପେଶୱାରରୁ-ଦୁବାଇ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ପ୍ରବଳ ହଙ୍ଗାମା ଆରମ୍ଭ କରି ଦେଇଥିଲେ। ବ୍ୟକ୍ତି ଜଣକ ସିଟକୁ କେତେବେଳେ ମୁଥା ମାରୁଥିଲେ ତ ଆଉ କେତେବେଳେ ବିମାନର ୱିଣ୍ଡୋକୁ ଗୋଇଠା ମାରୁଥିଲେ। ଏହଦ୍ବାରା ବିମାନର ସଟରକୁ ମଧ୍ୟ ନଷ୍ଟ ହୋଇଯାଇଛି। କେବଳ ଏତିକି ନୁହେଁ, ଯାତ୍ରୀଜଣକ ବିମାନର କ୍ରୁ ମେମ୍ବରଙ୍କ ସହ ଖରାପ ବ୍ୟବହାର ମଧ୍ୟ କରିଥିଲା। ଏୟାରଲାଇନ୍ସର ପିକେ-୨୮୩ ଫ୍ଲାଇଟ୍ରେ ସେ ଏଭଳି ଘଟଣା ଘଟିଥିଲା। ଯାତ୍ରୀ ଜଣକ କ୍ରୁ ମେମ୍ବରଙ୍କୁ ଖରାପ ବ୍ୟବହାର କରୁଥିଲା। ଅନ୍ୟ ଯାତ୍ରୀମାନେ ତାଙ୍କୁ ଦେଖି ତାକୁ ଦେଖି ଭୟଭୀତ ହୋଇଯାଇଥିଲେ। କ୍ରୁ ମେମ୍ବର ଏହି ଯାତ୍ରୀ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ମିଡିଆ ଆଉଟଲେଟ୍ର ଖବର ଅନୁସାରେ, କୌଣସି ପ୍ରକାର କ୍ଷତି ନହେବା ପାଇଁ କ୍ରୁ ମେମ୍ବର ଉକ୍ତ ବ୍ୟକ୍ତିକୁ ସିଟ୍ରେ ବାନ୍ଧି ଦେଇଥିଲେ। ପ୍ରୋଟୋକଲ ଅନୁସାରେ, ବିମାନର ପାଇଲଟ୍ ଦୁବାଇ ଏୟାର ଟ୍ରାଫିକ୍ କନଟ୍ରୋଲୋରକୁ ଯୋଗାଯୋଗ କରିଥିଲେ ଓ ସୁରକ୍ଷା ମାଗିଥିଲେ। ଦୁବାଇ ବିମାନବନ୍ଦରରେ ବିମାନ ଲ୍ୟାଣ୍ଡ କରିବା ପରେ ଯାତ୍ରୀଙ୍କୁ ସୁରକ୍ଷା ଅଧିକାରୀ ଗିରଫ କରିଥିଳେ। ଏହି ଘଟଣା ୧୪ ସେପ୍ଟେମ୍ବରର ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking