37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଚର୍ଚ୍ଚାରେ ପାକିସ୍ତାନର ଏହି ୫ଟି ଆଇନ

ଚର୍ଚ୍ଚାରେ ପାକିସ୍ତାନର ଏହି ୫ଟି ଆଇନ

ଇସ୍‌ଲାମ୍‌ବାଦ୍ : ଦୁନିଆର ପ୍ରତିଟି ଦେଶରେ କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଆଇନ ରହିଛି । ହେଲେ ପାକିସ୍ତାନରେ ଏଭଳି ୫ ଟି ଆଇନ ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ କିଛିଦିନ ତଳେ ଏହି ୫ ଟି ଆଇନ ମଧ୍ୟରୁ ଗୋଟିଏ ଆଇନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ପାକିସ୍ତାନର ସିନ୍ଧ ପ୍ରଦେଶରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ବିଧେୟକ ଆଗତ କରାଯାଇଥିଲା । ଏହି ବିଧେୟକକୁ ନେଇ ପଡୋଶୀ ଦେଶ ସହ ସାରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା । ଏହି ବିଧେୟକରେ କୁହାଯାଇଥିଲା କି ପିଲାଙ୍କୁ ୧୮ ବର୍ଷ ହେବା ପରେ ବାହାଘରକୁ ବାଧ୍ୟତାମୂଳକ କରାଯାଉ । ଏହାସହ ଏହି ଆଇନକୁ ଅମାନ୍ୟ କରୁଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏନେଇ ପାକିସ୍ତାନ ନେତାମାନେ ଦାବି କରିଥିଲେ କି ଏଭଳି କରିବା ଦ୍ୱାରା ଦେଶରେ ଦୁଷ୍କର୍ମ ମାମଲା କମିବ । ପାକିସ୍ତାନରେ ବିନା ଅନୁମତିରେ କେହି କାହାରି ଫୋନ ଛୁଇଁପାରିବେ ନାହିଁ ଏହାକୁ ଆଇନତଃ ଅପରାଧ ବୋଲି ବିବେଚନା କରାଯାଏ । ଯଦି କେହିବି ଭୁଲରେ ଅନ୍ୟ କାହାର ଫୋନ ଛୁଇଁଦେଲା ତେବେ ତାକୁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି । ଏଭଳି ଅପରାଧ କରିଥିବା ଲୋକଙ୍କୁ ପାକିସ୍ତାନ ଆଇନ ମୁତାବକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ । ପାକିସ୍ତାନରେ କିଛି ଶବ୍ଦକୁ ଇଂରାଜୀରେ ଅନୁବାଦ କରିବା ଆଇନଗତ ଅପରାଧ ଅଟେ । ସେହି ଶବ୍ଦଗୁଡିକ ମଧ୍ୟରେ ରହିଛି ଆଲ୍ଲା, ମସଜିଦ୍‌, ରସୁଲ ଓ ନବୀ । ଯଦି ଏହି ଶବ୍ଦଗୁଡିକର କେହି ଇଂରାଜୀ ଅନୁବାଦ କରେ ତେବେ ତାଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଇଥାଏ । ପାକିସ୍ତାନରେ ପାଠ ପଢିବା ପାଇଁ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡୁଛି । ଯଦି କୌଣସି ଛାତ୍ର ପାଠ ପଢାରେ ୨ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରେ ତେବେ ତାଙ୍କୁ ୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ଅନୁମାନ କରାଯାଏ ଯେ ଏହି ଟ୍ୟାକ୍ସ ଭୟରେ ପାକିସ୍ତାନର ୨-୩ ପ୍ରତିଶତ ଛାତ୍ର ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଯଦି କୌଣସି ପୁଅ ନିଜର ଗାର୍ଲଫ୍ରେଣ୍ଡ ସହ ରହିଥିବା ବେଳେ ଧରାପଡେ ତେବେ ତାଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଏ । ଏଠାରେ କେହି ପୁରୁଷ କୌଣସି ମହିଳାଙ୍କ ସହ ବନ୍ଧୁତ୍ୱ କରିବା ଅପରାଧ ଅଟେ । ପାକିସ୍ତାନର ଆଇନ ମୁତାବକ ବିବାହ ପୂର୍ବରୁ ପୁରୁଷ ଓ ମହିଳା ଏକାଠି ରହିବା ଅପରାଧ ଅଟେ ।

ପାକିସ୍ତାନର କୌଣସି ନାଗରିକ ଇଜ୍ରାଇଲ ଯାଇପାରିବେ ନାହିଁ । କାରଣ ପାକ୍ ସରକାରଙ୍କ ପକ୍ଷରୁ ଇଜ୍ରାଇଲ ଯିବାକୁ ଅନୁମତି ମିଳି ନଥାଏ । ପାକିସ୍ତାନ ସରକାର ତାର କୌଣସି ନାଗରିକଙ୍କୁ ଇଜ୍ରାଇଲ ଯିବାକୁ ଅନୁମତି ଦେଇ ନଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking