27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପାକିସ୍ତାନକୁ ଗୁଗୁଲ-ଟ୍ୱିଟର-ଫେସବୁକର ଧମକ, ପଢନ୍ତୁ ଏହା ପଛର କାରଣ

ପାକିସ୍ତାନକୁ ଗୁଗୁଲ-ଟ୍ୱିଟର-ଫେସବୁକର ଧମକ, ପଢନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଏବେ ପୁଣି ଆସିଛି ଏକ ଖରାପ ଖବର । ଖବରଟି ହେଲା, ସୋସିଆଲ ମିଡିଆର ମୁଖ୍ୟ ପ୍ଲାଟଫର୍ମ ଫେସବୁକ, ଟ୍ୱିଟର ଓ ଗୁଗୁଲ ସମେତ ଅନେକ ସେବା ପ୍ରଦାନକାରୀ ସଂସ୍ଥା ଏବେ ପାକିସ୍ତାନକୁ ନିଜ ସେବା ପ୍ରଦାନ କରିବା ବନ୍ଦ ପାଇଁ ଚେତାବନୀ ଦେଇଛନ୍ତି । ଏହି ସବୁ ପ୍ଲାଟଫର୍ମ ଉପରେ ସେନ୍ସରସିପ୍ କାନୁନ ଲାଗୁ କରିବା ଏବେ ପାକିସ୍ତାନକୁ ଭାରି ପଡିବାକୁ ଯାଉଛି । ପାକିସ୍ତାନ ଡିଜିଟାଲ ସେନ୍ସରସିପ୍ କାନୁନକୁ ନେଇ ଏହି କମ୍ପାନୀମାନେ ପାକିସ୍ତାନ ସରକାରଙ୍କୁ ଚେତାବନୀ ଦେଇଥିବା ସୂଚନା ମିଳିଛି ।
ସୋସିଆଲ ମିଡିଆକୁ ନେଇ ପାକିସ୍ତାନରେ ହୋଇଥିବା ନୂଆ ନିୟମ ପାଇଁ ଏହି ପ୍ଲାଟଫର୍ମକୁ ସେବା ପ୍ରଦାନ କରିବାରେ ଅସୁବିଧା ହେଉଥିବା ସେମାନେ ପ୍ରକାଶ କରିଛନ୍ତି । ଏହି କାରଣ ପାଇଁ ‘ଏସିଆ ଇଂଟରନେଟ କୋଲିସନ’ ତରଫରୁ ଏହି ନିୟମରେ ପରିବର୍ତନ କରିବା ପାଇଁ ପାକିସ୍ତାନ ସରକାରଙ୍କୁ ଅପିଲ୍ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking