ଶିବ ପାଣିଗ୍ରାହୀଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ଆଜି ପରଲୋକ ଘଟିଯାଇଛି । ୭୮ ବର୍ଶ ବୟସରେ କଟକ ସିଡିଏ ସେକ୍ଟର-୬ ସ୍ଥିତ ଘରେ ପରଲୋକ ହୋଇଥିବା ସୂଚନା ମିଳିଛି । ଶିବ ପାଣିଗ୍ରାହୀଙ୍କ ପରଲୋକ ନେଇ ତାଙ୍କ ପୁଅ ରାଜ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି । ସେ ଜଣେ ସୁନାମଧନ୍ୟ ଚିତ୍ରକାର ଥିଲେ । ଓଡିଶା ପାଇଁ ଅନେକ ଗୌରବ ଆଣିଥିଲେ ଶିବ ପାଣିଗ୍ରାହୀ । ଶିବ ପାଣିଗ୍ରାହୀ ଘରେ ଖାଉଥିବା ସମୟରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ପହଂଚି ଚିକତ୍ସା ଆରମ୍ଭ ହେବ ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ , ଜୁନ ୨ ତାରିଖରେ ଶିବ ପାଣିଗ୍ରାହୀଙ୍କ ପତ୍ନୀଙ୍କ ପରଲୋକ ଘଟିଥିଲା। ପତ୍ନୀଙ୍କ ବିୟୋଗରେ ପରେ ଶିବ ପାଣିଗ୍ରାହୀ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।

LEAVE A REPLY

Please enter your comment!
Please enter your name here