28.1 C
Bhubaneswar
Wednesday, June 11, 2025
Homeଦେଶ ବିଦେଶପହଲଗାମ ଆତଙ୍କବାଦୀଙ୍କ ହମଲା: ଦିଲ୍ଲୀ ବ୍ୟବସାୟୀ ସଂଘ ପକ୍ଷରୁ ବଜାର ବନ୍ଦ ଘୋଷଣା

ପହଲଗାମ ଆତଙ୍କବାଦୀଙ୍କ ହମଲା: ଦିଲ୍ଲୀ ବ୍ୟବସାୟୀ ସଂଘ ପକ୍ଷରୁ ବଜାର ବନ୍ଦ ଘୋଷଣା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପହଲଗାଓଁରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାକୁ ପ୍ରତିବାଦ କରି  ଦିଲ୍ଲୀ ବ୍ୟବସାୟୀ ସଂଘର ବନ୍ଦ ଘୋଷଣା । ଶୁକ୍ରବାର ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦିଲ୍ଲୀର ବଜାର ବନ୍ଦ ଘୋଷଣା କରାଯାଇଛି । ଏହି ଘଟଣାକୁ ନେଇ ଦେଶବ୍ୟାପି ବିରୋଧ ଏବଂ ପ୍ରତିବାଦ କରାଯାଉଛି ଏବଂ ନାଗରିକ ମାନେ ଏହାକୁ ଘୋର ନିନ୍ଦା ମଧ୍ୟ କରୁଛନ୍ତି । ଅନ୍ୟପକ୍ଷେ ଦିଲ୍ଲୀ ଟ୍ରେଡ ୟୁନିୟନ ସଂଘ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଯାହାକୁ ସମସ୍ତ ବ୍ୟବସାୟୀ ସଂଗଠନ ସମର୍ଥନ ଜାଣାଇ ବଜାର ବନ୍ଦ ରଖିବାର ନିର୍ଣ୍ଣୟ ନେଇଛନ୍ତି । ଯାହା ଫଳରେ ୯୦୦ରୁ ଅଧିକ ଦୋକନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଛି । ଏଥିସହିତ କଳା ବ୍ୟାଚ୍ ପିନ୍ଦି ବ୍ୟବସାୟୀ ମାନେ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ବିରୋଧ କରିଛନ୍ତି । ସଂଘ ପକ୍ଷରୁ ଶନିବାର ସକାଳ ୮ରୁ ୧୦ଟା ପର୍ଯ୍ୟନ୍ତ ବଜାର ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ଏବଂ ସମସ୍ତ ବ୍ୟବସାୟୀଙ୍କୁ ଏହି ବନ୍ଦ ପାଳନକୁ ସମର୍ଥନ କରିବାକୁ ଅପିଲ୍ ମଧ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking