37.2 C
Bhubaneswar
Friday, April 19, 2024
Homeଓଡିଶାଦିଲ୍ଲୀପ ତିର୍କୀ ହକି ଇଣ୍ଡିଆ ସଭାପତି

ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆ ସଭାପତି

ଭୁବନେଶ୍ୱର : ହକି ଇଣ୍ଡିଆର ସଭାପତି ହେଲେ ପଦ୍ମଶ୍ରୀ ଦିଲୀପ ତିର୍କୀ । ବିନା ପ୍ରତିଦ୍ବନ୍ଦ୍ୱିତାରେ ଦିଲୀପ ତିର୍କୀ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି । ଶୁକ୍ରବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ସେ ବିନା କୌଣସି ପ୍ରତିଦ୍ୱନ୍ଦ୍ୱିତାରେ ସଭାପତି ନିର୍ବାଚିତ ହୋଇଛନ୍ତି।
ଏହା ପୂର୍ବରୁ ଭାରତର ପୂର୍ବତନ ହକି ଅଧିନାୟକ ଦିଲୀପ ତିର୍କୀ ରବିବାର ହକି ଇଣ୍ଡିଆର ସଭାପତି ପଦ ପାଇଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ । ଦିଲୀପ ତିର୍କୀ ଟ୍ୱିଟରରେ ଏକ ଫଟୋ ସେୟାର କରି ସୂଚନା ଦେଇଥିଲେ। ଭାରତୀୟ ହକିର ମହାନ ଖେଳାଳିଙ୍କ ମଧ୍ୟରୁ ଦିଲୀପ ତିର୍କୀ ଅନ୍ୟତମ । ସେ ଦୀର୍ଘ ୧୫ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରରେ ୪୧୨ଟି ମ୍ୟାଚ ଖେଲିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking