32.1 C
Bhubaneswar
Thursday, March 28, 2024
Homeଓଡିଶାପରଲୋକରେ ପଦ୍ମଶ୍ରୀ ରାଧାମୋହନ

ପରଲୋକରେ ପଦ୍ମଶ୍ରୀ ରାଧାମୋହନ

ଭୁବନେଶ୍ୱର : ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ସମ୍ ହସ୍ପିଟାଲରେ କରୋନାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ସେ ନୟାଗଡ଼ର ରଙ୍ଗଣିପାଟଣାରେ ଜନ୍ମଲାଭ କରିଥିଲେ । ସେ ଜୈବ କୃଷି ବିଶେଷଜ୍ଞ ଓ ଅର୍ଥନୀତି ପ୍ରଫେସର ଭାବେ ବେଶ୍ ଜଣାଶୁଣା ଥିଲେ । ସମାଜସେବା ପାଇଁ ରାଜ୍ୟ ସରକାର ତାଙ୍କୁ ‘ଉତ୍କଳ ସେବା ସମ୍ମାନ’ରେ ସମ୍ମାନିତ କରିଥିଲେ । ଏହାଛଡ଼ା ପରିବେଶ ସୁରକ୍ଷା ପାଇଁ ୟୁଏନଇପିର ‘ଗ୍ଲୋବାନ ରୋଲ୍ ଅଫ୍ ଅନର’ ପୁରସ୍କାର ପାଇଥିଲେ । ସେ ଶିକ୍ଷା, ଯୋଜନା ଓ ଜଳଛାୟା ମିଶନର ପରାମର୍ଶଦାତା କମିଟିର ସଦସ୍ୟ ରହିବା ଓଡ଼ିଶାର ସୂଚନା କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ । କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଧାମୋହନ ଓ ତାଙ୍କ ଝିଅ ସାବରମତୀଙ୍କୁ ମିଳିତ ଭାବେ ୨୦୨୦ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, ବହୁ ରାଜନେତା, ଶିକ୍ଷାବିତ୍, ପ୍ରଶାସକ, ବୁଦ୍ଧିଜୀବୀମାନେ ଶୋକବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking