34.1 C
Bhubaneswar
Thursday, April 25, 2024
Homeଓଡିଶାସ୍ୱାମୀ ବୈରାଗ୍ୟାନନ୍ଦଙ୍କୁ ମରଣୋତର ପଦ୍ମଶ୍ରୀ ଦିଆଯାଉ – ଡଃ ବିମଳେନ୍ଦୁ ମହାନ୍ତି

ସ୍ୱାମୀ ବୈରାଗ୍ୟାନନ୍ଦଙ୍କୁ ମରଣୋତର ପଦ୍ମଶ୍ରୀ ଦିଆଯାଉ – ଡଃ ବିମଳେନ୍ଦୁ ମହାନ୍ତି

ଭୁବନେଶ୍ୱର  – ଶ୍ରୀ ରାମକୃଷ୍ଣ ଆଶ୍ରମ, କଳାହାଣ୍ଡିର ପ୍ରତିଷ୍ଠାତା କର୍ମଯୋଗୀ ସ୍ୱାମୀ ବୈରାଗ୍ୟାନନ୍ଦ
ସରସ୍ୱତୀ ମହାରାଜଙ୍କୁ ତାଙ୍କ ସାଧନାର ସ୍ୱୀକୃତି ସ୍ୱରୂପ ମରୋଣତର ପଦ୍ମଶ୍ରୀ ପୁରସ୍କାର ପାଇଁ ରାଜ୍ୟ ସରକାର
ସୁପାରିଶ କରିବାକୁ ବିଶିଷ୍ଟ ବୁଦ୍ଧିଜୀବୀ ତଥା ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ଡଃ ବିମଳେନ୍ଦୁ
ମହାନ୍ତି ଦାବି କରିଛନ୍ତି । ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଓଡିଶା ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ସ୍ୱାମୀ
ବୈରାଗ୍ୟାନନ୍ଦଙ୍କ ଉଦ୍ଦେଶ୍ୟରେ ସାମୂହିକ ଦୀପଦାନ ଓ ଶ୍ରଦ୍ଧାଞ୍ଜଳି ସଭାରେ ଡଃ ମହାନ୍ତି ଆହୁରି କହିଲେ ଯେ
କଳାହାଣ୍ଡି ଭଳି ମାଳ ଅଂଚଳରେ ଦୀର୍ଘ ୨୭ ବର୍ଷ ଧରି ୬୪ ଏକର ଜମି ଉପରେ ସ୍ୱାମୀଜୀ ଯେଉଁ କୃଷି ଫାର୍ମ
ପ୍ରସ୍ତୁତ କରିଛନ୍ତି, ରାଜ୍ୟ ସରକାରଙ୍କ ପ୍ରଶାସକମାନେ ତାକୁ ଦେଖିବା କଥା ।
ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର କହିଲେ ଯେ କୃଷି ଦ୍ୱାରା ଯେ ସମାଜର ତଳେ
ପଡିଥିବା ମଣିଷକୁ ଉଠାଇ ହେବ, ତାହା ସ୍ୱାମୀଜୀ ହୃଦୟଙ୍ଗମ କରିଥିଲେ । ଏଣୁ ଗ୍ରାମାଂଚଳରେ ଅବହେଳିତ
ବର୍ଗର ଯୁବକ ଯୁବତୀମାନଙ୍କୁ ନେଇ ସେ ନିରନ୍ତର କୃଷି ପ୍ରଶିକ୍ଷଣ ଦେଉଥିଲେ । କଳିଙ୍ଗ ବିଶ୍ୱ ବିଦ୍ୟାଳୟର
ପ୍ରତିଷ୍ଠାତା ଡଃ ବଦ୍ରିନାଥ ପଟ୍ଟନାୟକ କହିଲେ ଯେ ସ୍ୱାମୀଜୀ ପ୍ରକୃତରେ ଥିଲେ ଜଣେ କର୍ମଯୋଗୀ ।
ଶ୍ରଦ୍ଧାଞ୍ଜଳି ଜଣାଇ କୃଷି ବିଶ୍ୱ ବିଦ୍ୟାଳୟର ପୂର୍ବତନ ଡିନ୍ ପ୍ରଫେସର ବୁଦ୍ଧଦେବ ମିଶ୍ର କହିଲେ ଯେ
ରାଜ୍ୟ ସରକାର ନିଜଆଡୁ ଉଦ୍ୟମ କରି ସ୍ୱାମୀଜୀଙ୍କ ଆଶ୍ରମରେ ଏକ ଫରେଷ୍ଟ୍ରି କଲେଜ ଖୋଲିଲେ ସମଗ୍ର ପଶ୍ଚିମ
ଓଡିଶାର ଛାତ୍ର ଯୁବକ ଉପକୃତ ହୁଅନ୍ତେ । ବରିଷ୍ଠ ଶ୍ରମିକ ନେତା ସୌରୀବନ୍ଧୁ କର କହିଲେ ଯେ କେନ୍ଦ୍ର ସରକାରଙ୍କ
ଅନୁଦାନ କିଭଳି ସଫଳ ବିନିଯୋଗ ହୋଇଛି, ସରକାରୀ ପ୍ରଶାସକମାନେ ଦେଖିବା ଉଚିତ୍ ।
ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ପ୍ରତିଷ୍ଠାତା ସଂପାଦକ ପର୍ଶୁରାମ ଦ୍ୱିବେଦୀ ସ୍ୱାମୀଜୀଙ୍କ କର୍ମ
ନିପୁଣତା ବିଷୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ସୀତାବଲ୍ଲଭ ମହାପାତ୍ର,
ବାସ୍ତୁବିତ୍ ଡଃ ମନୋଜ ଲେଙ୍କା, ରାମ ନାରାୟଣ ମିଶ୍ର, ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ, ନବୀନ କୁମାର ସାହୁ,
ଆଶୁତୋଷ ମିଶ୍ର, ଜଗଦିଶ ପ୍ରଧାନ, ରାଜକିଶୋର ସାହୁ ପ୍ରମୁଖ ସ୍ୱାମୀଜୀଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି
ଜଣାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking