33.1 C
Bhubaneswar
Wednesday, April 24, 2024
Homeଓଡିଶାସୁଧୁରୁନି ଧାନ କିଣା ସମସ୍ୟା : ଏସପିଙ୍କୁ ଭେଟିଲେ ଚାଷୀ ପ୍ରତିନିଧି ଦଳ

ସୁଧୁରୁନି ଧାନ କିଣା ସମସ୍ୟା : ଏସପିଙ୍କୁ ଭେଟିଲେ ଚାଷୀ ପ୍ରତିନିଧି ଦଳ

ସମ୍ବଲପୁର : ସମ୍ବଲପୁର ଜିଲାରେ ଖରିଫ ଧାନ ବିକ୍ରୀ ନେଇ ଚାଷୀଙ୍କ ଦୁଃଖ ହଟୁନାହିଁ । ଅନଲାଇନ ଟୋକନ ବ୍ୟବସ୍ଥା ସଠିକ୍ ଭାବେ କାମ ନ କରିବା ଯୋଗୁଁ ଚାଷୀମାନେ ଧାନ ବିକ୍ରୀରେ ହନ୍ତସନ୍ତ ହେଉଥିବାବେଳେ ଗତ ଦୁଇଦିନର କୋହଲା ପାଗ ଓ ବର୍ଷା ସ୍ଥିତିରେ ୟାର୍ଡ ଓ କ୍ରୟ କେନ୍ଦ୍ରମାନଙ୍କରେ ଧାନ ଭିଜିବା ନେଇ ସମସ୍ୟା ହୋଇଛି । ଏଣେ ସମ୍ବଲପୁର ନିୟନ୍ତ୍ରିତ ବଜାର କମିଟି (ଆରଏମସି) ଅନ୍ତର୍ଗତ ୟାର୍ଡ ଓ କ୍ରୟ କେନ୍ଦ୍ରମାନଙ୍କରେ ଟୋକନ ବ୍ୟବସ୍ଥାକୁ ନେଇ ଧାନ କିଣାରେ ସମସ୍ୟା ଲାଗି ରହିଛି । ଗତକାଲି ବରେଇପାଲି ୟାର୍ଡକୁ ମୋଟ ୩୦ଜଣ ଚାଷୀ ଧାନ ବିକିବାକୁ ଆଣିଥିବାବେଳେ ସେମାନଙ୍କ ମଧ୍ୟରୁ ୧୪ଜଣ ଚାଷୀଙ୍କ ଟୋକନ ରହିଛି । ହେଲେ ଟୋକନ ନଥିବା ଅନ୍ୟ ୧୬ଜଣ ଚାଷୀଙ୍କ ଟୋକନ ଜେନେରେଟ ହେଉ ନଥିବାରୁ କେହି ଚାଷୀ ଧାନ ବିକ୍ରୀ କରିନାହାନ୍ତି ।
ଫଳରେ ୟାର୍ଡରେ ୩୨ଟି ଧାନ ବୋଝେଇ ଗାଡି ଅଟକି ରହିଛି । ଏଣେ ଚାଉଁରପୁର ୟାର୍ଡରେ ୧୩୮ ଚାଷୀଙ୍କ ଭେରିଫିକେସନ ହୋଇ ନଥିବାବେଳେ ୪୪ଜଣ ଚାଷୀଙ୍କ ଆଧାର ତଥ୍ୟ ମେଳ ଖାଉନାହିଁ । ଫଳରେ ସେଠାରେ ମଧ୍ୟ ଶହ ଶହ ବସ୍ତା ଧାନ ବିକ୍ରୀ ନ ହୋଇ ପଡି ରହିଛି । ଏହି ପରିପ୍ରେକ୍ଷୀରେ ଚାଷୀମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଥିବାବେଳେ ଏସପି ଡା. କନୱର ବିଶାଲ ସିଂ ଏକ ଚାଷୀ ପ୍ରତିନିଧି ଦଳକୁ ଆଲୋଚନା ପାଇଁ ଆଜି ଡାକିଥିଲେ । ବରେଇପାଲି ଜୟଦୁର୍ଗା ଆଞ୍ଚଳିକ କୃଷକ ସୁରକ୍ଷା ସଂଗଠନର ସଭାପତି ଅଶ୍ୱିନୀ ପୃଷେଠ ଓ ଚାଉଁରପୁର ଚାଷୀ ସଂଗଠନର କାଶୀ ବିଶ୍ୱନାଥଙ୍କ ନେତୃତ୍ୱରେ ଏକ ଚାଷୀ ପ୍ରତିନିଧି ଦଳ ଏସପିଙ୍କୁ ଭେଟି ସମସ୍ତ ସମସ୍ୟା ଜଣାଇଥିଲେ । ଏସପି ଡା. ସିଂ ଜିଲାପାଳଙ୍କ ସହ ଆଲୋଚନା କରି ଧାନ କିଣାରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ସହ ଆନ୍ଦୋଳନକୁ ନ ଯିବାକୁ ଅନୁରୋଧ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking