38.8 C
Bhubaneswar
Friday, April 19, 2024
Homeରାଜନୀତି*ଧାନ କିଣାବିକାରେ ଅହେତୁକ ଅବ୍ୟବସ୍ଥା, ଚାଷୀ ଦୁର୍ଦଶାର ସୀମାନାହିଁ ।*

*ଧାନ କିଣାବିକାରେ ଅହେତୁକ ଅବ୍ୟବସ୍ଥା, ଚାଷୀ ଦୁର୍ଦଶାର ସୀମାନାହିଁ ।*

*ସରକାର ଓ ମିଲର ମାଲାମାଲ, ମଣ୍ଡିରେ ଧାନ ତିନ୍ତୁଛି, ସରକାର ବେପରୁଆ, ଯଦି ଚଳିତ ମାସ ଜୁନ ୩୦ ତାରିଖ ସୁଦ୍ଧା ଚାଷୀଙ୍କଠାରୁ ସବୁ ଧାନ କିଣା ନ ଯାଏ ରାଜ୍ୟର ସମସ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ଜୁଲାଇ ୧ ରେ କିଷାନ କଂଗ୍ରେସ ପକ୍ଷରୁ ଧାରଣା ଓ ପ୍ରତିବାଦ କରାଯିବ– ଅମୀୟ ପଟ୍ଟନାୟକ*

 

ଭୁବନଶ୍ୱର – ରାଜ୍ୟ ସରକାର ରବି ଋତୁରେ ଚାଷୀଙ୍କଠାରୁ ମଇ ୧ ରୁ ଜୁନ ୩୦ ମଧ୍ୟରେ ସବୁ ବଳକା ଧାନ କ୍ରୟ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ତଦନୁଯାୟୀ ମୋଟ୍ ୨ ଲକ୍ଷ ୩୨ ହଜାର ୬୦୧ ଜଣ ଚାଷୀ ସେମାନଙ୍କର ନାମ ପଞ୍ଜିକରଣ କରିଥିଲେ । ସରକାର କହିଥିଲେ ରବିର ୧୭ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ପରେ ଆଉ ଯେତେ ବଳକା ଧାନ ରହିବ, ସବୁ ଧାନ ଚାଷୀଙ୍କଠାରୁ କିଣିବେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ବର୍ତ୍ତମାନ ରବି ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା ଏବଂ ଚାଷୀଙ୍କ ଟୋକନ ଲାପ୍ସ ଆକଳନ ଅନୁଯାୟୀ ଧାନ କିଣିବା ପାଇଁ ମଣ୍ଡିକୁ ଟାର୍ଗେଟ ନ ଦେବା ଯୋଗୁଁ ମଣ୍ଡିରେ ଧାନ ତିନ୍ତୁଛି । ଧାନ କିଣାବିକାରେ ମିଲର୍ସମାନେ ସର୍ବେସର୍ବା । କେବେ ସ୍ଵଳ୍ପ ଅବଧୂ ପୁରିବ, ମିଲର ଚାଷୀଙ୍କଠାରୁ ଶାଗମାଛ ମୂଲ୍ୟରେ କିପରି ଧାନ କିଣିବ ସେଥ୍‌ପାଇଁ ସୁଯୋଗ ଉଣ୍ଡୁଛି।ବହୁ ମଣ୍ଡିରେ ହଜାର ହଜାର ବସ୍ତା ଧାନ ଗଜା ହେଲାଣି । ଚାଷୀ ଗୁରୁତର ସଙ୍କଟରେ । ଏହା ମଧ୍ୟରେ ‘କାଳ ବୈଶାଖ୍’ ‘ୟସ୍’ ବାତ୍ୟା ଓ ଚଳିତ ଲଗାଣ ବର୍ଷା ଦ୍ଵାରା ରବି ଅମଳ ଧାନ ବ୍ୟାପକ ଭାବରେ ନଷ୍ଟ ହେଲାଣି । ଶୃଙ୍ଖଳିତ ଓ ବ୍ୟବସ୍ଥିତ ଢଙ୍ଗରେ ଧାନ କିଣାଯାଉ ନାହିଁ । ଠିକଣା ସମୟରେ ବହୁ ଚାଷୀଙ୍କ ପାଖରେ ଟୋକନ୍ ପହଞ୍ଚୁନାହିଁ । ଯେଉଁ ଚାଷୀ ଟୋକନ ପାଉଛନ୍ତି ସୀମିତ ଅବଧୂ ସମୟରେ ଯଦି ଧାନ ବିକ୍ରି କରି ପାରୁ ନାହାନ୍ତି ତେବେ ସେହି ଚାଷୀଙ୍କଠାରୁ ଆଉ ଧାନ କିଣାଯାଉ ନାହିଁ । ପୂର୍ବରୁ ଧାନ କିଣାରେ ଟୋକନର ଅବଧୂ ୧ ମାସ ବୈଧ ଥିଲା । କେନ୍ଦ୍ରୀୟ ନୀତିରେ ଧାନ କିଣା ସମୟ ୧୫୧ ଦିନ, କିନ୍ତୁ ରାଜ୍ୟ ସରକାର ଓ ମିଲରମାନଙ୍କ ମଧୁ ଚନ୍ଦ୍ରିକାରେ ରବିଧାନ କିଣାରେ ୧୨ ରୁ ୧୫ ଦିନ ରଖାଯିବା ଦ୍ଵାରା ଚାଷୀ ଏଥିରେ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି । ଏବେ ଆଶଙ୍କା କରାଯାଉଛି ଯେ, ଯେପରି ଗତ ଖରିଫରେ ୧୪ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀ ଧାନ ବିକିବା ପାଇଁ ସେମାନଙ୍କ ନାମ ପଞ୍ଜିକରଣ କରିଥିବା ବେଳେ ସରକାର ସେଥିମଧ୍ୟରୁ ପ୍ରାୟ ୨ ଲକ୍ଷରୁ ଅଧିକ ଚାଷୀଙ୍କଠାରୁ ଧାନ ଆଦୌ କ୍ରୟ କରି ନାହାନ୍ତି । ଏହି ଦୃଷ୍ଟିରୁ ଚାଷୀଙ୍କ ଠାରୁ ସରକାର ଜୁନ ୩୦ ମଧ୍ୟରେ ଧାନ କ୍ରୟ କରିବା ସନ୍ଦେହ ସୃଷ୍ଟି ହେଉଛି । ଅଖାବସ୍ତା, ଲୋଡିଂ, ଅନ୍‌ଲୋଡିଂ, ପରିବହନ ଖର୍ଚ୍ଚ ଚାଷୀ ପାଉ ନ ଥିବା ବେଳେ ମିଲର୍ସମାନେ ଏହାକୁ ହରିଲୁଟ୍ କରୁଛନ୍ତି ଏବଂ ବିଭିନ୍ନ ଆଳ ଦେଖାଇ ପ୍ରତି ବସ୍ତା ପିଚ୍ଛା ୪ ରୁ ୫ କେଜି ଧାନ କଟଣି ଛଟଣି କରାଯାଉଛି । ଭୁବନେଶ୍ବରରୁ ଧାନ କିଣା ପାଇଁ ଯେଉଁ କେନ୍ଦ୍ରୀୟ ନୀତି ପ୍ରଣୟନ କରାଯାଇଛି ତଦ୍ୱାରା ବିଭିନ୍ନ ସମସ୍ୟାର ସମାଧାନ କରାଯାଇ ପାରୁ ନାହିଁ । ଅନେକ ସମୟରେ ବେପାରୀଙ୍କଠାରୁ ଧାନ କିଣାଯାଇ ସରକାର ତାଙ୍କର ଲକ୍ଷ୍ୟଧାର୍ଯ୍ୟ ପୂରଣ କରୁଥିବା ଜଣାପଡ଼ୁଛି । କାଗଜ କଲମରେ କେବଳ ଧାନ କିଣା ବିକା ଚାଲିଛି । ବିଭାଗୀୟ ମନ୍ତ୍ରୀ ରବି ଧାନ କିଣାରେ ଯେଉଁ ସଫେଇ ଦେଉଛନ୍ତି ଏହା ଚାଷୀଙ୍କ ସ୍ୱାର୍ଥରେ ନୁହେଁ, ମିଲର ଓ ସରକାରଙ୍କ ସ୍ବାର୍ଥରେ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି । ସେ ପୁନଶ୍ଚ କହିଛନ୍ତି ଯେ, କେନ୍ଦ୍ର ସରକାର ଆସନ୍ତା ଖରିଫ ଫସଲ ଅମଳରେ ଧାନର ଏମ.ଏସ୍.ପି ଉପରେ ଯେଉଁ ୭୨ଟଙ୍କା ବୃଦ୍ଧି କରିଛନ୍ତି ଏହା ଚାଷୀଙ୍କ ପାଇଁ ଉପହାସ । କାରଣ ୨୦୧୮ ହିସାବ ଅନୁଯାୟୀ ଓଡ଼ିଶାରେ ଧାନର ପ୍ରତି କ୍ରିଷ୍ଟାଲରେ ଉତ୍ପାଦନ ଖର୍ଚ୍ଚ ୨୩୪୪ଟଙ୍କା ଥିଲା। ସ୍ଵାମୀନାଥନ କମିଟି ସୁପାରିଷ ଆଧାରରେ ଦେଢ଼ଗୁଣା ବୃଦ୍ଧି କରାଯିବା କଥା । ତେଣୁ ବିଧାନସଭାରେ ଧାନ ବିଣ୍ଟାଲ ପିଛା ସହାୟକ ମୂଲ୍ୟ ୨୯୩୦ଟଙ୍କାକୁ ବୃଦ୍ଧି କରାଯିବାପାଇଁ ପ୍ରସ୍ତାବ କରାଯାଇଥିଲା । କିନ୍ତୁ ଏହାକୁ କାର୍ଯ୍ୟକାରୀ ନକରି କେନ୍ଦ୍ର ସରକାର ଏକ କ୍ଲିଣ୍ଢାଲ ଧାନ ଉତ୍ପାଦନ ଖର୍ଚ୍ଚ ୧୨୯୩ ଟଙ୍କା । ଏହାର ଦେଢ଼ଗୁଣାରେ ୬୪୭ଟଙ୍କା ଦିଆଯାଇ ଆସନ୍ତା ଖରିଫ୍‌ଠାରୁ ଧାନ କ୍ୱିଣ୍ଟାଲ ପିଛା ମୋଟ ୧୯୪୦ ଟଙ୍କା ବୃଦ୍ଧି କରିଛନ୍ତି । ଏହା ଦ୍ଵାରା ଚାଷୀ ପ୍ରତି କ୍ଲିଣ୍ଟାଲରେ ପାଖାପାଖୁ ୯୯୦ ଟଙ୍କା କ୍ଷତି ସହୁଛନ୍ତି । ତେଣୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କାକୁ ବୃଦ୍ଧି ଓ ଏମ.ଏସ.ପିକୁ ଆଇନଗତ ମାନ୍ୟତା, ରାଜ୍ୟ ସରକାର ପ୍ରତି ଧାନ କ୍ଲିଣ୍ଟାଲରେ ୫୦୦ ଟଙ୍କା ଚାଷୀଙ୍କୁ ବୋନସ୍ ଦେବା ଅତ୍ୟନ୍ତ ଜରୁରୀ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଯଦି ଚଳିତ ମାସ ଜୁନ ୩୦ ତାରିଖ ମଧ୍ୟରେ ଚାଷୀଙ୍କଠାରୁ ସବୁ ବଳକା ଧାନ କିଣା ନ ଯାଏ ତେବେ ଆସନ୍ତା ଜୁଲାଇ ୧ ତାରିଖଠାରୁ ରାଜ୍ୟର ସମସ୍ତ ଜିଲ୍ଲା ଖାଦ୍ୟ ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ କିଷାନ କଂଗ୍ରେସ ତରଫରୁ ଧାରଣା ଓ ପ୍ରତିବାଦ କରାଯିବ ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।

 

*ଦାବୀ*

 

*୧.ଟୋକନ ଇସ୍ୟୁର ଅବଧୂ ୧୫ ଦିନ ପରିବର୍ତ୍ତେ ପୂର୍ବ ପରି ଏକମାସ ପର୍ଯ୍ୟନ୍ତ ବଳବତ୍ତର ରହୁ । ଏହାକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ।*

 

*୨.ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ସ୍ଵଳ୍ପ ସମୟ ମଧ୍ୟରେ ଅବଧୂ ପୁରି ଯିବାରୁ ଯେଉଁ ଟୋକନ ଗୁଡ଼ିକର ଲାପ୍ସ ହୋଇଛି ଏବଂ ଯେଉଁ ଚାଷୀମାନେ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କଠାରୁ ସମସ୍ତ ଧାନ ଯୁଦ୍ଧକାଳୀନ ଭିଭିରେ କିଣାଯାଉ ।*

 

*୩.ରବି ଋତୁରେ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଥିବା ସମସ୍ତ ଚାଷୀଙ୍କଠାରୁ ଯୁଦ୍ଧକାଳୀନ ଭିତ୍ତିରେ ସବୁ ଧାନ କିଣାଯାଉ ।*

 

*୪.ନିର୍ଦ୍ଧାରିତ ସମୟ ମଧ୍ୟରେ ଆକଳନ ମୁତାବକ ଧାନ କ୍ରୟ ପାଇଁ ମଣ୍ଡିକୁ ଟାର୍ଗେଟ ଦିଆଯାଉ ।*

*୫.ଧାନ ସଂଗ୍ରହ ବେଳେ ଅଖା ଓ ପରିବହନ ପ୍ରଭୃତି ଖର୍ଚ୍ଚ ଚାଷୀଙ୍କୁ ସିଧା ସଳଖ ପ୍ରଦାନ କରାଯାଉ ।*

*୬.ମିଲରମାନଙ୍କ ମନ୍‌ମାନୀକୁ ବନ୍ଦ କରିବା ସହ ବିଭିନ୍ନ ଆଳ ଦେଖାଇ ବସ୍ତାପିଛା କଟାଯାଉଥିବା ୪ ରୁ ୫ କେଜି ଧାନ କଟନି ଛଟନୀ ର ବନ୍ଦ କରାଯାଉ ।*

 

*୭.ବିଭିନ୍ନ ସମବାୟ ସମିତିର ସମ୍ପାଦକଙ୍କ ମନମୁଖୀ ଓ ପ୍ରମାଣପତ୍ର ଯାଞ୍ଚ କରିବା ଅବହେଳାରୁ ପଞ୍ଜିକୃତ ହୋଇ ପାରି ନ ଥିବା ଚାଷୀଙ୍କଠାରୁ ଧାନ କ୍ରୟ କରାଯାଉ ।*

 

*୮.ସରକାରଙ୍କ ଅବହେଳାରୁ ଚାଷୀଙ୍କ ବଳକା ଧାନ କିଣା ଯାଇ ନ ଥିବାରୁ ଆଦ୍ରତା ଓ ରଙ୍ଗହୀନ ହୋଇଥିବା ସବୁ ଧାନ କିଣାଯାଉ ।*

*୯.ଗତ କାଳବୈଶାଖୀ, ୟାଶ, ଚଳିତ ଲଗାଣ ବର୍ଷାଦ୍ବାରା ଅମଳ ହୋଇ ନ ପାରିଥିବା ଧାନ ଚାଷ ପାଇଁ ପ୍ରତି ଚାଷୀଙ୍କୁଏକର ପିଚ୍ଛା ୨୦ ହଜାର ଟଙ୍କା କ୍ଷତି ପୂରଣ ସହାୟତା ଦିଆଯାଉ ।*

 

*୧୦. ରାଜ୍ୟ ସରକାର ଏମ୍. ଏସ.ପି ଉପରେ ଚାଷୀଙ୍କୁ ପ୍ରତି ଜିଣ୍ଟାଲ ପିଛା ୫୦୦ଟଙ୍କା ବୋନସ୍ ଦିଅନ୍ତୁ ।*

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking