26.1 C
Bhubaneswar
Tuesday, May 30, 2023
Homeଦେଶ ବିଦେଶଆୟୁ କମାଏ ପ୍ୟାକେଟ୍‌ ଖାଦ୍ୟ

ଆୟୁ କମାଏ ପ୍ୟାକେଟ୍‌ ଖାଦ୍ୟ

ନୂଆଦିଲ୍ଲୀ : ପ୍ରୋସେସ୍‌ଡ ଫୁଡ୍‌ ବା ପ୍ୟାକେଟ ଖାଦ୍ୟ ଖାଇଲେ ଆୟୁ କମିଥିଲାବେଳେ ରନ୍ଧାଖାଦ୍ୟ ଆୟୁ ବଢ଼ାଏ ବୋଲି ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି । ଅଷ୍ଟ୍ରେଲିଆ ସ୍ଥିତ ଡେକିନ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ଅଧ୍ୟୟନ ୧୦ବର୍ଷ ଧରି କରିଥିଲେ । ଅଧ୍ୟୟନରେ ମୋଟ୍‌ ୧୦୫,୫୧୯ ଲୋକଙ୍କୁ ସାମିଲ କରାଯାଇଥିଲା । ତେବେ ସେମାନଙ୍କୁ ସେମାନଙ୍କ ଦୈନିକ ଜୀବନର ଖାଦ୍ୟପେୟ ବିଷୟରେ ପାଞ୍ଚଟି ପ୍ରଶ୍ନ ପଚରାଯାଇଥିଲା ଏବଂ ଦଶବର୍ଷ ପରେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପୁଣି ପର୍ଯ୍ୟବେକ୍ଷଣ କରାଯାଇଥିଲା । ତ୍ମମଧ୍ୟରୁ ୧୨ ପ୍ରତିଶତ ଲୋକଙ୍କୁ କାରୋନାରି ହାର୍ଟ ଡିଜିସ୍‌ ରୋଗ ଆଶଙ୍କା ଦେଖାଯାଇଥିଲା ବେଳେ ୧୩ପ୍ରତିଶତ ଲୋକଙ୍କୁ ଏହି ରୋଗ ହୋଇଥିଲା ଏବଂ ୧୧ ପ୍ରତିଶତ ଲୋକଙ୍କ ମସ୍ତିଷ୍କରେ ରକ୍ତ ସଂଚାଳନର ସମସ୍ୟା ଦେଖାଇଥିଲା ।

ତେବେ ମିଳିଥିବା ରିପୋର୍ଟ ହିସାବରେ, ପ୍ୟାକେଟ୍‌ ଖାଦ୍ୟ ବା ଡବା ଖାଦ୍ୟକୁ ତାଜା ଓ ସ୍ୱାଦଯୁକ୍ତ ରଖିବା ପାଇଁ ସେଥିରେ ବିଭିନ୍ନ କେମିକାଲ ଓ ସୁଗାରି ସେରେଲସ୍‌ମ ମିଶିଥାଏ । ଯାହା ହୃଦ୍‌ଘାତ ଆଶଙ୍କା ବଢ଼ାଇବା ସହ କାର୍ଡିଓଭାସ୍କୁଲାର୍‌ ଡିଜିଜ୍‌ ବୃଦ୍ଧି କରେ । ଯଦି ଏହିପରି ଖାଦ୍ୟ ଦିନକୁ ଚାରିଥର ଗ୍ରହଣ କରାଯାଏ, ତେବେ ଆୟୁ କମିଥାଏ । ଫ୍ରାନ୍ସରେ ହୋଇଥିବା ଏକ ଅଧ୍ୟୟନ ରିପୋର୍ଟ ଅନୁଯାୟୀ, ପ୍ୟାକେଟ୍‌ ଖାଦ୍ୟ ଖାଉଥିବା ବ୍ୟକ୍ତିଙ୍କଠାରେ ୧୨ ପ୍ରତିଶତ ହୃଦ୍‌ଘାତଜନିତ ରୋଗ ବଢ଼ିଥାଏ । ଛୋଟପିଲା ଏହିପରି ଖାଦ୍ୟ ଗ୍ରହଣ କଲେ, ପ୍ରିମାଚ୍ୟୁର ଡେଥ୍‌ର ଆଶଙ୍କା ବୃଦ୍ଧିପାଏ । ଏହାଛଡ଼ା ପ୍ୟାକେଟ୍‌ ଖାଦ୍ୟରେ ଲୁଣ ଓ ସାଚୁରାଟେଡ୍‌ ଫ୍ୟାଟ୍‌ ରହିଥିବା କାରଣରୁ ଧମନୀଜନିତ ରୋଗ, ରକ୍ତଚାପ, ଅବସାଦ, ମୋଟାପଣ ଓ କର୍କଟ ରୋଗ ବୃଦ୍ଧି ପାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking