40.1 C
Bhubaneswar
Thursday, April 25, 2024
Homeଓଡିଶାଜୀବିକା ହରାଇବେ ୫୦ ହଜାର ପାନଚାଷୀ !

ଜୀବିକା ହରାଇବେ ୫୦ ହଜାର ପାନଚାଷୀ !

ନୟାହାଟ : ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ନୟାହାଟ ଅଂଚଳର ପ୍ରାୟ ୫୦ ହଜାର ପାନ ଚାଷୀ ସେମାନଙ୍କ ଜୀବିକା ହରାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏବେ କରୋନା ପାଇଁ ଚାରିଆଡ଼େ ଲକ୍ ଡାଉନ୍ କରାଯାଇଥିବାବେଳେ ବ୍ୟବସାୟିକ ପେଣ୍ଠସ୍ଥଳୀ ନୟାହାଟର ସାପ୍ତାହିକ ପାନ ହାଟ ଏବେ ଖାଁ ଖାଁ । ସପ୍ତାହରେ ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ୪ଥର ବସୁଥିବା ଏହି ହାଟ ଦିନରେ ଚାଷୀମାନେ ଏଠାକୁ ପାନ ନେଇଆସିଥାନ୍ତି । ଏହି ହାଟକୁ ଗୋପ, କାକଟପୁର, ନିମାପଡ଼ା, ଅସ୍ତରଙ୍ଗ, ନିଆଳି ଅଂଚଳର ପ୍ରାୟ ୫୦ ହଜାର ପାନ ଚାଷୀ ପାନ ନେଇ ଆସିଥାନ୍ତି । ମାତ୍ର ସମଗ୍ର ଦେଶରେ ହୋଇଥିବା ଲକ୍ ଡାଉନ୍ ପ୍ରଭାବରେ ଏହି ହାଟ ମଧ୍ୟ ବନ୍ଦ ହୋଇଯାଇଛି । ସମଗ୍ର ଅଂଚଳ ଶୂନ୍ ଶାନ୍ । କିଛି ଦୋକାନୀ ନିୟମକୁ ନମାନି ଦୋକାନ ଖୋଲୁଥିବାବେଳେ ସେମାନଙ୍କ ପ୍ରତି ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହା ଦେଖି କେହି ଦୋକାନ ବଜାରକୁ ଆସୁନାହାନ୍ତି । କେଉଁଠି ବି ପାନଖିଲ ଦୋକାନ ମଧ୍ୟ ଖୋଲୁନାହିଁ । ଏଥିସହ ଅନ୍ୟାନ୍ୟ ଦୋକାନରେ ମଧ୍ୟ ତାଲା ପଡ଼ୁଛି । ତେଣୁ ପାନ ଚାଷୀ ପାନ ନେଇ ଆସିଲେ ବି ତାହା ବିକ୍ରି ହେବାର ସମ୍ଭାବନା ନାହିଁ । ସେହିପରି ସାଧାରଣ ଲୋକେ ବି ହାଟକୁ ଆସୁନଥିବାରୁ ପାନ ବିକ୍ରି ହେବାର ସମ୍ଭାବନା କ୍ଷୀଣ । ଏହାକୁ ଦୃଷ୍ଟିରେ ରଖି ପାନ ଚାଷୀ ପାନ ଆଣି ହାଟକୁ ଆଣିବାକୁ ସାହସ କରୁନାହାନ୍ତି । ସେମାନେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ଭୟ କରୁଛନ୍ତି । ବରଜରେ ପାନ ଥିଲେ ମଧ୍ୟ ତୋଳିବାକୁ ଯାଉନାହାନ୍ତି । ଏହିଭଳି ଆଉ କିଛି ଦିନ ସ୍ଥିତି ଜାରି ରହିଲେ ୫୦ ହଜାର ପାନ ଚାଷୀ ବହୁ କ୍ଷତି ସହିବେ ବୋଲି କହିଛନ୍ତି । ଏପରିକି ବହୁ ଚାଷୀ ସେମାନଙ୍କ ଜୀବିକା ହରାଇବାର ଆଶଙ୍କା ଦେଖାଦେଇଛି । ବ୍ୟବସାୟୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଗୋପ ଥାନାଧିକାରୀ ସୁଧୀର କୁମାର ସାହୁ ଓ ନୟାହାଟ ଫାଣ୍ଡି ଅଧିକାରୀ ସନ୍ତୋଷ ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ ଆମେ ଆଇନର ଦାସ । ସରକାରଙ୍କ ନିର୍ଦ୍ଦେଶକୁ କେବଳ ପାଳନ କରୁଛୁ । ଲୋକମାନଙ୍କୁ ହଇରାଣ କରିବା ଆମର ଉଦ୍ଦେଶ୍ୟ ନୁହେଁ । ଅନ୍ୟପକ୍ଷରେ ବରଜରେ ପାନ ଥାଇ ଆର୍ଥିକ ଅନଟନର ଶିକାର ହେଉଥିବା ପାନ ଚାଷୀଙ୍କ ସହାୟତା ପାଇଁ ସରକାର କିଛି ଯୋଜନା ନକଲେ ସେମାନେ ଜୀବିକା ହରାଇବେ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking