ଦେବଗଡ : ଭୂବନେଶ୍ୱର ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓଡିଶା ରାଇଜିଂଗ ଫାଉଣ୍ଡେସନ ପକ୍ଷରୁ ଆଜି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ୮ଟି ଅକ୍ସିଜେନ କନସେଷ୍ଟ୍ରେଟର ପ୍ରଦାନ କରାଯାଇଛି । ଫାଉଣ୍ଡେସନ ପକ୍ଷରୁ ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ୱାସ୍ଥ୍ୟୂ ସମିତୀର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପଧ୍ୟାୟ ,ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସ୍ୱାସ୍ଥ୍ୟ ପରିଚାଳକ ଉମେଶ ପ୍ରସାଦ ଷଢଙ୍ଗୀ , ଓଡିଶା ରାଇଜିଂଗ ଫାଉଣ୍ଡେସନ ର ଆଂଚଳିକ ପ୍ରୋଗାମ ମ୍ୟାନେଜର ବନଜ୍ୟୋତ୍ସା ପ୍ରଧାନ ଓ ଓଡିଶା ରାଇଜିଂଗ ଫାଉଣ୍ଡେସନ ର ପ୍ରୋଗାମ କୋର୍ଡିନେଟର ଶ୍ୟାମ ସୁନ୍ଦର ମେହେର ପ୍ରମୁଖ ମଂଚାସୀନ ରହି ଜିଲ୍ଲାର ଉପାନ୍ତ ଅଂଚଳର ରୋଗୀ ମାନଙ୍କ ପାଇଁ ଫାଉଣ୍ଡେସନ ପକ୍ଷରୁ ପ୍ରଦାନ କରାଯାଇଥିବା ଅକ୍ସିଜେନ କନସେଷ୍ଟ୍ରେଟର ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । କରୋନାର ଦ୍ୱିତୀୟ ଲହର ରେ ଅକ୍ସିଜେନ ସମସ୍ୟା ଅନେକ ସ୍ଥାନରେ ପରିଳକ୍ଷିତ ହୋଇଥିଲା ହେଲେ ଆଗାମୀ ତୃତୀୟ ଲହର ପୂର୍ବରୁ ଓଡିଶା ରାଇଜିଂଗ ଫାଉଣ୍ଡେସନ ର ଏହି ପ୍ରୟାସ ବହୁ ସହାୟକ ହେବ ବୋଲି ମୁଖ୍ୟ ଅତିଥି ଡାକ୍ତର ଶ୍ରୀ ଉପାଧ୍ୟାୟ ମତବ୍ୟକ୍ତି କରିଥିଲେ ।