27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗରାଉରକେଲାରେ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଂଟ

ରାଉରକେଲାରେ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଂଟ

ରାଉରକେଲା: ଦକ୍ଷିଣ ରାଉରକେଲାର ଫର୍ଟିଲାଇଜର ଅଂଚଳ ସ୍ଥିତ ଗାୟତ୍ରୀ ମନ୍ଦିର ସମ୍ମୁଖସ୍ଥ  ଖେଳ ପଡ଼ିଆ ଠାରେ ନାରାୟଣୀ ମାର୍କେଟ ନିଉ ଗଣେଶ ପୂଜା କମିଟି  ଆନୁକୂଲ୍ୟରେ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଂଟର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଅତିଥି ଭାବେ ସମାଜସେବୀ ଅକ୍ଷୟ ପ୍ରହରାଜ, ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ ବେହେରା, ସାମ୍ବାଦିକ ସତ୍ୟ ନାରାୟଣ ସାମଲ ଯୋଗ ଦେଇ ରାତ୍ରିକାଳିନ ଟୁର୍ଣ୍ଣାମେଂଟକୁ ଆନୁଷ୍ଠାନିକ ଭାବେ ଶୁଭ ଉଦ୍‌ଘାଟନ କରିଥିଲେ । ଅତିଥିବୃନ୍ଦ ଟୁର୍ଣ୍ଣାମେଂଟରେ ଭାଗ ନେଇଥିବା ଖେଳାଳୀମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଅଗ୍ରସର ହେବାକୁ ଉତ୍ସାହିତ କରିବା ସହ ସାରନଗରୀ ଅଂଚଳରେ ଏଭଳି କ୍ରିକେଟ ଟୁର୍ଣ୍ଣାମେଂଟର ଆୟୋଜନ ଦ୍ୱାରା ଭାଇଚାରା ଓ ବନ୍ଧୁତ୍ୱ ନିବିଡ଼ ହେବା ସହ ନୂତନ ଖେଳ ପ୍ରତିଭା ଗଢି ତୋଳିବାରେ ସହାୟକ ହେବ ବୋଲି  ନିଜ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ । ଉଦ୍‌ଘାଟନୀ ମ୍ୟାଚ ଏମଏମସି ଓ ରାଇଜିଂ ଟିମ୍ ମଧ୍ୟରେ ଖେଳା ଯାଇଥିଲା । ଉକ୍ତ କ୍ରିକେଟ ଟୁର୍ଣ୍ଣାମେଂଟର ପ୍ରତ୍ୟେକ ମ୍ୟାଚ ୬ ଓଭର ବିଶିଷ୍ଟ ରହିଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ମିିଳିିଛି ।  ପ୍ରଥମ ଦିନର ମ୍ୟାଚରେ ଅମ୍ପିୟାର ଭାବେ ପ୍ରଭାତ ଓ ଆଶିକ ଖେଳ ଦାୟିତ୍ୱ ତୁଲାଇଥିଲେ । କ୍ରିକେଟ ଟୁର୍ଣ୍ଣାମେଂଟକୁ ପରିଚାଳନା କରିବାରେ ନାରାୟଣୀ ମାର୍କେଟ ନିଉ ଗଣେଶ ପୂଜା କମିଟି  ପକ୍ଷରୁ  ସଦସ୍ୟ ମାନେ ସକ୍ରୀୟ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking