28.1 C
Bhubaneswar
Thursday, March 28, 2024
Homeକରୋନା୧ କୋଟିରୁ ଅଧିକ ଟିକା ଉପଲବ୍ଧ ଅଛି

୧ କୋଟିରୁ ଅଧିକ ଟିକା ଉପଲବ୍ଧ ଅଛି

ନୂଆଦିଲ୍ଲୀ: ପ୍ରାୟ ୧ କୋଟିରୁ ଅଧିକ କୋଭିଡ ୧୯ ଡୋଜ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ଉପଲବ୍ଧ ଅଛି ଏବଂ ଆଗାମୀ ୩ ଦିନ ମଧ୍ୟରେ ସେମାନେ ଆଉ ୫୭୭୦୦୦୦ ଡୋଜ୍ ରିସିଭ କରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବୁଧବାର କହିଛି । କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳକୁ ମାଗଣାରେ ୧୫୯୫୯୬୧୪୦ ଡୋଜ୍ ପ୍ରଦାନ କରିଛନ୍ତି । ଏଥିମଧ୍ୟରୁ ଅପଚୟ ସମେତ ମୋଟ ବ୍ୟବହାର ହେଉଛି ୧୪୮୯୭୬୨୪୮ । ଆହୁରି ଏକ କୋଟି କୋଭିଡ ୧୯ ଡୋଜ୍ ତଥା ୧୦୬୧୯୮୯୨ ଡୋଜ ଉପଲବ୍ଧ ଅଛି ବୋଲି ମନ୍ତ୍ରାଳୟ କହିଛି । ମହାରଷ୍ଟ୍ରରେ କୋଭିଡ ଟିକା ଶେଷ ହୋଇଯାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା ବୋଲି ମନ୍ତ୍ରାଳୟ କହିଛି । ତେବେ ଏପ୍ରିଲ ୨୮ ସୁଦ୍ଧା ମହାରାଷ୍ଟ୍ର ୧୫୮୬୨୪୭୦ ଟିକା ପାଇଛି । ଅପଚୟ ୧୫୩୫୬୧୫୧ ସହଏବେ ସୁଦ୍ଧା ୫୦୬୩୧୯ ଡୋଜ୍ ଉପଲବ୍ଧ ରହିଛି ବୋଲି କହିଛି ମନ୍ତ୍ରାଳୟ । ସେହିଭଳି ଦିଲ୍ଲୀ ମୋଟ ୩୬୯୦୭୧୦ ଡୋଜ୍ ପାଇତିବା ବେଳେ ଅପଚୟ ଟିକା ୩୨୪୩୩୦୦ ସହ ୪୪୭୪୧୦ ଡୋଜ୍ ଉପଲବ୍ଧ ରହିଛି । ୧୫୦୦୦୦ ଡୋଜ୍ ସପ୍ଲାଇ ହୋଇଛି ଅଫିସିଆଲ ତଥ୍ୟ ଅନୁସାରେ । ରାଜସ୍ଥାନକୁବି ୧୩୬୧୨୩୬୦ ଟିକା ଡୋଜ୍ ସପ୍ଲାଇ ହୋଇଛି । ଅପଚୟ ୧୩୨୨୦୩୫୮ ସହ ଏବେବି ୨୦୦୦୦୦ ଟିକା ଉପଲବ୍ଧ ଅଛି । ଉତ୍ତରପ୍ରଦେଶ ବି ୧୩୭୯୬୭୮୦ ଡୋଜ୍ ଟିକା ପାଇଛି । ଅପଚୟ ୧୨୫୦୩୯୪୩ ସହ ଏବେ ବି ୧୨୯୨୮୩୭ ଡୋଜ୍ ରହିଛି ଏବେ ପରେ ସେମାନେ ୭୦୦୦୦୦ ଟିକା ପାଇବେ ।
ପଶ୍ଚିମବଙ୍ଗ ବି ୧୦୯୮୩୩୪୦ ଟିକା ପାଇଥିବା ବେଳେ ସେଥିମଧ୍ୟରୁ ଅପଚୟ ୧୦୬୯୦୫୩୨ ସହ ୨୯୨୮୦୮ ଓ ୪୦୦୦୦୦ ଡୋଜ ସପ୍ଲାଇ ହୋଇଛି । କର୍ଣ୍ଣାଟକ ବି ୯୪୪୭୯୦୦ ଡୋଜ୍ ପାଇଥିବା ବେଳେ ଅପଚୟ ୯୧୦୧୨୧୫ ରହିଛି ଏବଂ ଏବେ ୩୪୬୬୮୫ ଉପଲବ୍ଧ ରହିଛି ଏବଂ ୪୦୦୦୦୦ ଟିକା ଦିଆଯାଇଛି । ଛତିଶଗଡକୁ ୫୯୧୬୫୫୦ ଟିକା ଯୋଗାଣ ହୋଇଥିବା ବେଳେ ଅପଚୟ ୫୫୭୭୫୮୭ ସହ ଏବେ ବି ୩୩୮୯୬୩ ଡୋଜ୍ ଉପଲବ୍ଧ ରହିଛି । ୨୦୦୦୦୦ ଡୋଜ୍ ସପ୍ଲାଇ ହୋଇଛି ।
କୋଭିଡ ସହ ଲଢେଇ ପାଇଁ ଟେଷ୍ଟ, ଟ୍ରାକ ଓ ଟ୍ରିଟ ଉପରେ ଫୋକସ କରାଯାଉଛି । ମେ ୧ରୁ ୩ୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ସେହିଭଳି ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ବୁଧବାର ଅପରାହ୍ନରୁ ପଂଜିକରଣ କରିବା ଆରମ୍ଭ କରିଛନ୍ତି । ତେବେ ସେମାନେ ସିଧା କୋୱିନ ପୋର୍ଟାଲ କିମ୍ବା ଆରୋଗ୍ୟ ସେତୁ ଆପ ଦ୍ୱାରା ବି ପଂଜିକରଣ କରିପାରିବେ । କୋଭିଡ ବିରୋଧରେ ଟିକାକରଣ ଅଭିଯାନ ଜାନୁୟାରୀ ୧୬ରୁ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking