30.1 C
Bhubaneswar
Wednesday, April 24, 2024
Homeଓଡିଶାବାହାର ଲୋକଙ୍କୁ ଭୁବନେଶ୍ୱର ଅଫିସ ମନା

ବାହାର ଲୋକଙ୍କୁ ଭୁବନେଶ୍ୱର ଅଫିସ ମନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥ ସରକାରୀ ଅଫିସକୁ ବାହାର ଅଂଚଳ ଲୋକ ଆସିବା ମନା । ଖୋର୍ଦ୍ଧା ଓ କଟକ ପୌରାଂଚଳ ବାହାରୁ ଆସୁଥିବା କର୍ମଚାରୀଙ୍କୁ ମନା କରାଯାଇଛି । କୋଭିଡ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲଗାଯାଇଛି । ସୂଚନା ଯୋଗ୍ୟ ଏବେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ମାତ୍ରାଧିକ ଭାବେ ବଢ଼ିବାରେ ଲାଗିଛି  । ଆଜି ମଧ୍ୟ ରାଜ୍ୟରେ ୫୨୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୫୨୭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୩୮ଟି କେସ ରହିଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ ୧୮୯ଟି ରହିଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୬୨୪କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ୫୨୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମରୁ ସର୍ବାଧିକ ୨୧୫ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୭୮ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୦, ବାଲେଶ୍ୱରରୁ ୨୬, ଯାଜପୁରରୁ ୨୫, ବଲାଙ୍ଗୀରରୁ ୨୧, ନୟାଗଡରୁ ୧୮, କଟକରୁ ୧୭, ପୁରୀରୁ ୧୬, ମୟୁରଭଂଜରୁ ୧୦, କେନ୍ଦୁଝରରୁ ୭ ଓ କୋରାପୁଟ ଜିଲ୍ଲାରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୫ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking