32.1 C
Bhubaneswar
Thursday, March 28, 2024
Homeଓଡିଶାକଟକରେ ୧୧ ପଜେଟିଭ ଚିହ୍ନଟ ; ୩ ଲୋକାଲ୍‌

କଟକରେ ୧୧ ପଜେଟିଭ ଚିହ୍ନଟ ; ୩ ଲୋକାଲ୍‌

କଟକ: ଆଜି କଟକ ମହାନଗର ନିଗମ ଅଂଚଳରୁ ଆଉ ୧୧ ଜଣ ନୂଆ ପଜେଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୧୧ ଜଣଙ୍କ ମଧ୍ୟରୁ ୪ଟି ସରକାରୀ କ୍ୱାରେଣ୍ଟିନ ହୋଇଥିବା ବେଳେ ୪ଟି ହୋମ୍ କ୍ୱାରେଣ୍ଟିନ ଓ ୩ଟି ଲୋକାଲ କେସ ରହିଛି । ସିଡିଏ ସେକ୍ଟର-୭ରୁ ଜଣେ ୨୬ ବର୍ଷୀୟା ଯୁବତୀ ଚିହ୍ନଟ ହୋଇଥିବା ବେଳେ ସିଡିଏ ସେକ୍ଟର-୯ରୁ ଜଣେ ୩୧ ବର୍ଷୀୟ ଯୁବକ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତପୁରରୁ ଜଣେ ୩୮ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ସିଏମସି ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ଜାରି କରାଯାଇଛି ।
ଆଜି ରାଜ୍ୟରୁ  ୨୨ ଜିଲ୍ଲାରୁ ୫୭୭ ଜଣ ଚିହ୍ନଟ ହୋଇଛନ୍ତି ।ସର୍ବାଧିକ ୫୭୭ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛି । ଆଜି ଚିହ୍ନଟ ହୋଇଥିବା ୫୭୭ ଟି କେସ୍ ମଧ୍ୟରୁ ୪୧୬ଟି କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୧୬୧ ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଆଜି ଚିହ୍ନଟ ହୋଇଥିବା ପଜିଟିଭ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୧୧୨୦୧ଟି କେସ୍ ଚିହ୍ନଟ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking