ଅପହଞ୍ଚ ଦୁର୍ଗମ ଇଲାକାରେ ଆମ ଚ୍ୟାନେଲ; ପାନୀୟ ଜଳ ସମସ୍ୟା ନେଇ ଗ୍ରାଉଣ୍ଡ ଜିରୋ ରୁ ରିପୋର୍ଟ

ଗୁଣୁପୁର: ସମସ୍ୟା ଯେଉଁଠି ଆମ ଚ୍ୟାନେଲ ସେଇଠି । ସବୁବେଳେ ସବୁଠାରେ ଲୋକଙ୍କ ସମସ୍ୟା ଓ ଏହାର ସମାଧାନ ଆମ ଦାୟିତ୍ୱ । ସ୍ବାଧୀନତାର 73 ବର୍ଷ ପରେ ଆଜିବି ଏଭଳି ଅଞ୍ଚଳ ରହିଛି ଯେଉଁଠାରେ ବିଶୁଦ୍ଧ ପାନୀୟ ଜଳ ଲୋକଙ୍କ ପାଇଁ ପାଲଟିଛି ସାତ ସପନ । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଘନାନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ ଜାମୁକୋଳିଆ ଗ୍ରାମବାସୀ ଦୀର୍ଘ 10 ମାସ ଧରି ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ । ଗାଁ ଠାରୁ ଏକ କିଲୋମିଟର ଦୂରରେ ଥିବା ଏକ ଝର ରୁ ଦୂଷିତ ପାଣି ରେ ମେଂଟୁଛି ଶୋଷ । ଏହିପାଣି ଯଦି ଗୋଳିଆ ହୋଇଯାଏ ତେବେ ଘର ଓଳି ରୁ ଗଡି ଆସୁଥିବା ବର୍ଷା ପାଣି ହିଁ ଏକମାତ୍ର ଭରସା । ଗ୍ରାମରେ ଯେଉଁ ନଳକୂପ ରହିଛି ତାହା 10 ମାସ ଧରି ଅଚଳ ହୋଇ ପଡିଛି । ସମସ୍ୟା ସମ୍ପର୍କରେ ଗ୍ରାମବାସୀ ବହୁବାର ସରପଞ୍ଚ ଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଏନେଇ ଆମେ ଗ୍ରାଉଣ୍ଡ ଜିରୋ ରୁ ବିଡ଼ିଓ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସମସ୍ୟା ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here