26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଅଲଗା ଜାତିରେ ବିବାହ ପଡିଲା ମହଙ୍ଗା.....

ଅଲଗା ଜାତିରେ ବିବାହ ପଡିଲା ମହଙ୍ଗା…..

ଝାନ୍ସି : ଏବେବି ଆମ ସମାଜରେ ଜାତି ଓ ଧର୍ମକୁ ନେଇ ବିଚାର କରାଯାଏ । ବିବାହ କରିବାକୁ ହେଲେ ମଧ୍ୟ ଜାତି , ଧର୍ମକୁ ବାଛି ଥାଏ ଆମର ଏ ସମାଜ । ତେବେ ସମାଜରେ ଏହି ଜାତି ଓ ଧର୍ମକୁ ନେଇ ହେଉଥିବା ବିବାଦକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ଆଇନ ପ୍ରଣୟନ କରାଯାଇଛି । ସାଧାରଣତଃ ବିବାହ ସମୟରେ ଅଧିକାଂଶ ପରିବାର ଲୋକେ ଜାତି ଦେଖି ବିବାହ କରିଥାଆନ୍ତି । ଅନ୍ୟ ଜାତିରେ ବିବାହ କରାଇଲେ ପରିବାର ଲୋକେ ସନ୍ତୁଷ୍ଟ ହୋଇନଥାଆନ୍ତିି । ତେବେ ଅଲଗା ଜାତିରେ ବିବାହ କରିବାରୁ ଦମ୍ପତିଙ୍କୁ ଦଣ୍ଡ ଦିଆଯାଇଛି । ଝାନ୍ସିରେ ଏମିତି ଏକ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟ ଜାତିରେ ବିବାହ କରିବାରୁ ଦଣ୍ଡ ଦେବାକୁ ଯାଇ ଦମ୍ପତ୍ତିଙ୍କୁ ଗୋବର ଓ ପରିଶ୍ରା ପିଇବାକୁ କହିଥିଲା ଖାପ୍ ପଞ୍ଚାୟତ । ତେବେ ପଞ୍ଚାୟତର ଏଭଳି ଆଦେଶକୁ ମାନିବା ପରିବର୍ତ୍ତେ ପୁଲିସରେ ଅଭିଯୋଗ କରିଥିଲେ ଦମ୍ପତ୍ତି ।

ଦମ୍ପତ୍ତିଙ୍କ କହିବା ଅନୁସାରେ, ଗତବର୍ଷ ଆମେ ଦୁହେଁ ବିବାହ କରିଥିଲୁ । ପରିବାରର ସହମତିରେ ଆମେ ବିବାହ କରିଥିଲେ ମଧ୍ୟ ସ୍ଥାନୀୟ ଲୋକେ ଆମ ଦୁଇ ଜଣଙ୍କର ଜାତି ଅଲଗା ଅଲଗା ହୋଇଥିବାରୁ ଏହାକୁ ବିରୋଧ କରି ଆମ ବିବାହରେ ଯୋଗ ଦେଇ ନଥିଲେ । ଏହା ସହ ଆମକୁ ସମାଜରୁ ବାସନ୍ଦ କରିବା ପାଇଁ ଧମକ ମଧ୍ୟ ଦେଇଥିଲେ । କିଛି ଦିନ ପରେ ଖାପ୍ ପଞ୍ଚାୟତର ସଦସ୍ୟମାନେ ଆମକୁ ଡ଼ାକି ୫ଲକ୍ଷ ଟଙ୍କା ଦିଅ ନହେଲେ ଦଣ୍ଡ ଆକାରରେ ଗୋବର ଓ ପରିଶ୍ରା ପିଅ ବୋଲି ଆଦେଶ ଦେଇଥିଲେ । ଆମେ ଆଦେଶକୁ ମାନିବାକୁ ମନା କରିବା ସହ ଜିଲ୍ଲାପାଳଙ୍କୁ ଏ ବିଷୟରେ ଜଣାଇଥିଲୁ । ଯାହା ପରେ ସେ ପୁଲିସକୁ ଏ ବିଷୟରେ ତଦନ୍ତ କରିବା ନେଇ ଦାୟିତ୍ବ ଦେଇଥିଲେ । ଏବେ ଆମକୁ ଗୋବର ଓ ପରିଶ୍ରା ପିଇବାକୁ କହିଥିବା ପଞ୍ଚାୟତର ସଦସ୍ୟମାନଙ୍କ ନାଁରେ ଏତଲା ଲେଖାଯିବା ସହ ଆମକୁ ପୁଲିସ ସୁରକ୍ଷା ଯୋଗାଇ ଦେଇଛି ବୋଲି ଦମ୍ପତି କହିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking