28.1 C
Bhubaneswar
Thursday, March 28, 2024
Homeଓଡିଶାଓଟିଇଟି ଓ ଗଣଶିକ୍ଷକଙ୍କ ଚାକିରି ନିୟମିତ ପ୍ରସଙ୍ଗ: ହଟିଲା ଅନ୍ତରୀଣ ନିର୍ଦ୍ଦେଶ

ଓଟିଇଟି ଓ ଗଣଶିକ୍ଷକଙ୍କ ଚାକିରି ନିୟମିତ ପ୍ରସଙ୍ଗ: ହଟିଲା ଅନ୍ତରୀଣ ନିର୍ଦ୍ଦେଶ

କଟକ : ଓଟିଇଟି ପାସ୍ କରିନଥିବା ଗଣଶିକ୍ଷକଙ୍କ ଚାକିରି ନିୟମିତ ବିଷୟକୁ ନେଇ ରହିଥିବା ରହିତାଦେଶକୁ ଆଜି ହାଇକୋର୍ଟ ପ୍ରତ୍ୟାହାର କରିଦେଇଛନ୍ତି । ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଓ ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍‌ତପୀଠ ଏହାର ପୁନଃ ବିଚାର କରିଛନ୍ତି । ଏନେଇ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ ମାମଲା କରାଯାଇଥିଲା ଏବଂ ୨୦୧୮ ଏପ୍ରିଲ ୨୪ରେ ପ୍ରଦାନ ଦିଆଯାଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ଉଠାଇବାକୁ ଖଣ୍ଡପୀଠ ଆଦେଶ ଦେଇଛନ୍ତି । ରାଜ୍ୟ ସରକାର ୨୦୧୬ ଡିସେମ୍ବର ୨୨ରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏଥିରେ ଜଣେ ଗଣଶିକ୍ଷକ ଓଟିଇଟି ପାସ୍ କରି ନଥିଲେ ମଧ୍ୟ ତାଙ୍କ ଚାକିରି ନିୟମିତ କରାଯାଇ ପାରିବ ଏବଂ ତାଙ୍କୁ ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ଦିଆଯିବ ବୋଲି ସ୍ପଷ୍ଟ କରିଥିଲେ । କିନ୍ତୁ ତାଙ୍କୁ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଓଟିଇଟି ପାସ୍ ଯୋଗ୍ୟତା ହାସଲ କରିବାକୁ ପଡ଼ିବ ବୋଲି କୁହାଯାଇଥିଲା । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେ ଓଟିଇଟି ପାସ୍ ନକଲେ ତାଙ୍କୁ ଆଉ ଇନ୍‌କ୍ରିମେଣ୍ଟ ମିଳିବ ନାହିଁ ବୋଲି କୁହାଯାଇଥିଲା । ଏପରି ବିଜ୍ଞପ୍ତି ନିୟମ ଉଲ୍ଲଙ୍ଘନ କରୁଛି ବୋଲି ଦର୍ଶାଇ ଆବେଦନକାରୀ ଉଚ୍ଚନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ସହକାରୀ ଶିକ୍ଷକ ପଦ ପାଇଁ ଓଟିଇଟି ପାସ୍ ସର୍ବନିମ୍ନ ଯୋଗ୍ୟତା ହୋଇଥିବା ବେଳେ ଏହି ବିଜ୍ଞପ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଯାଇଥିଲା । ଏହି ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନୋଟିସ୍ ଜାରି କରିବା ସହିତ ୨୦୧୮ ଏପ୍ରିଲ ୨୪ରେ ଓଟିଇଟି ପାସ୍ କରି ନଥିବା ଗଣଶିକ୍ଷକଙ୍କ ଚାକରି ନିୟମିତ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ଆଦେଶ ଦେଇଥିଲେ । ଯାହା ଆଜି ପ୍ରତ୍ୟାହୃତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking