32.1 C
Bhubaneswar
Thursday, March 28, 2024
Homeଓଡିଶାରାତି ପାହିଲେ ରଜ: ଓଟିଡିସି ଆରମ୍ଭ କଲା ‘ପିଠା ଅନ୍ ହ୍ୱୀଲ୍‌’

ରାତି ପାହିଲେ ରଜ: ଓଟିଡିସି ଆରମ୍ଭ କଲା ‘ପିଠା ଅନ୍ ହ୍ୱୀଲ୍‌’

ଭୁବନେଶ୍ୱର : କୋଭିଡ-୧୯ ସଂକ୍ରମଣ ଆଶଙ୍କା ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜ ମହୋତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲିଠୁ ‘ପିଠା ଅନ୍ ହ୍ୱୀଲ୍‌’ ମାଧ୍ୟମରେ ରାଜଧାନୀ ଭୁବନେଶ୍ୱର ସମେତ ସମ୍ବଲପୁର ଓ କଟକରେ ସୁଲଭ ଦରରେ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦେବ । ଗତବର୍ଷ ଭଳି ଏଥର ମଧ୍ୟ ‘ପିଠା ଅନ୍ ହ୍ୱିଲ’ ମାଧ୍ୟମରେ ସୁସ୍ୱାଦୁ ପିଠା ଯୋଗାଇ ଦିଆଯିବ । ଓଡ଼ିଶାର ଏହି ସାଂସ୍କୃତିକ ଗଣପର୍ବ ରଜ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ବିଶେଷକରି ମା’, ଝିଅମାନେ ଓ ଓଟିଡିସି କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜଧାନୀ ଭୁବନେଶ୍ୱରର ୬ଟି ସ୍ଥାନରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଏହି ପିଠା ମିଳିବ। ମାଷ୍ଟରକ୍ୟାଣ୍ଟିନ ଛକ, ଖଣ୍ଡଗିରି ଛକ, ସିଆରପି ଛକ, ପଟିଆ ଛକ, ଚନ୍ଦ୍ରଶେଖର ପୁର ଓ ରୂପାଲି ଛକରେ ପାନ୍ଥନିବାସ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ‘ପିଠା ଅନ୍ ହ୍ୱିୁଲ୍‌’ ମାଧ୍ୟମରେ ଏହି ପିଠା ବିକ୍ରି କରାଯିବ। ଏଠାରେ ମଧ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ମାସ୍କ ଉପଲବ୍ଧ ହେବ । ତେବେ ଆଜି ଏହି କାର୍ଯ୍ୟକ୍ରମକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଉଦଘାଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking