26.7 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଉତ୍କଳ ତରଫରୁ ଅଙ୍ଗଦାନ ଦିବସ ପାଳିତ

ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଉତ୍କଳ ତରଫରୁ ଅଙ୍ଗଦାନ ଦିବସ ପାଳିତ

ଭୁବନେଶ୍ୱର, ୨୮.୧୧ : ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଉତ୍କଳ ତରଫରୁ ଅଙ୍ଗଦାନ ଦିବସ ଉପଲକ୍ଷେ ପୁଷ୍ପକ ହୋଟେଲ, କଳ୍ପନାଛକଠାରୁ ରସୁଲଗଡ଼ସ୍ଥିତ ଉର୍ମି ହୋଟେଲ ପର୍ଯ୍ୟନ୍ତ ଏକ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ଲବର ଚାଟାର୍ଡ଼ ସଭାପତି ରୋଟାରିୟାନ ଡ. ପ୍ରମୋଦ ପାତ୍ର ପ୍ରଥମେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ ଅଙ୍ଗଦାନ ସମ୍ପର୍କରେ ଉପସ୍ଥିତ ଥିବା ଯୁବକ ଓ ଯୁବତୀମାନଙ୍କୁ ସମ୍ୟକ ଧାରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ୱ ରୋଟାରିୟାନ ଏବଂ ରୋଟ୍ରାକ୍ଟମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ସମ୍ମାନିତ ଅତିଥିଭାବେ ବିକ୍ରମ ଆଦିତ୍ୟ ନାୟକ, ଆଶୁତୋଷ ରଥ, ଆଶିଷ ସାହୁ, ସମ୍ବିତ ଶତପଥି, ରୋଜି ରଥ, ମନୋଜ କୁମାର ତ୍ରିପାଠୀ, ଡ. ଏସ୍‌. ପଣ୍ଡା, ନିଖିଳେଶ୍ୱର ସାହୁ, ସତ୍ୟଜିତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking