28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର କପି ଚିରିଲେ ବିରୋଧୀ ନେତା

ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର କପି ଚିରିଲେ ବିରୋଧୀ ନେତା

ଭୁବନେଶ୍ୱର : ଆଜି ପୁଣି ବିଧାନ ସଭାରେ ହଙ୍ଗାମା ଦେଖିବାକୁ ମିଳିଛି । ଧାନ ମଣ୍ଡି ଅବ୍ୟବସ୍ଥା ନେଇ ଗୃହରେ ହଟ୍ଟଗୋଳ ଜାରି ରହିଛି । ଏଥିିରେ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର କପି ଚିରିଲେ ବିରୋଧୀ ଦଳ ନେତା । ଆଜି ଅପରାହ୍ନ ୪ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଚାଷୀ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବିରୋଧୀ ଦଳ ନେତା । ଏଥିିରେ ମନ୍ତ୍ରୀଙ୍କ ଉତ୍ତର କପି ଚିରଥିିଲେ ବିଜେପି ଦଳର ନେତା ପ୍ରଦୀପ୍ତ ନାୟକ । ଉତ୍ତର କପି ଚିରିବା ସହିତ ବାଚସ୍ପତିଙ୍କ ଟେବୁଲ ଉପରକୁ ଫିଙ୍ଗିଥିଲେ । ଏହା ଛଡା ଏକ ସର୍ବ ଦଳୀୟ ବୈଠକ ଡାକି ଏହି ଚାଷୀ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ଦାବି କରିଛନ୍ତି ବିରୋଧୀ ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ମଧ୍ୟ ହାତ ଯୋଡି ବାଚସ୍ପତିଙ୍କୁ ଚାଷୀଙ୍କ ଧାନ ଉଠାଇବା ପାଇଁ ଅନୁରୋଧ କରିଛନ୍ତି । ଗୃହରେ ସ୍ୱତନ୍ତ୍ର ମୋସନ ଆଣି ଆଲୋଚନା କରିବାକୁ ଦାବି କରାଯାଇଛି । ଅନ୍ୟପଟେ ବିଭାଗୀୟ ମନ୍ତ୍ରୀ ଗୃହରେ ବିବୃତି ରଖୁଥିବାରୁ, ସମାନ କରି ତଥ୍ୟ ମଗାଯିବ ବୋଲି ବାଚସ୍ପତି କହିଛିନ୍ତି । ଏହାପାଇଁ ବିରୋଧୀଙ୍କୁ ୭ ଦିନ ଅପେକ୍ଷା କରିବାକୁ କହିଥିଲେ । ଏହାକୁ ନେଇ ମଧ୍ୟ ବିରୋଧୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ତେବେ ଆଜି ବିରୋଧୀଙ୍କ ହୋହାଲା ଭିତରେ ବାଚସ୍ପତିଙ୍କ ରୋଲିଂ ଅନୁଯାୟୀ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂ ।
ରାଜ୍ୟରେ ୧୯ ତାରିଖ ସୁଦ୍ଧା ୫୫.୦୩ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । ଗତବର୍ଷ ଏହି ଦିନ ସୁଦ୍ଧା ୪୫.୬୧ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା ବୋଲି ଗୃହକୁ ତଥ୍ୟ ଦେଇଛନ୍ତି ମନ୍ତ୍ରୀ ।ତେବେ ସେ କହିଛନ୍ତି ଯେ ଗତ ବର୍ଷ ଅପେକ୍ଷା ଏହି ବର୍ଷ ଅଧିକ ଟନ ଧାନ ସଂଗ୍ରହ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking